କନକ ବ୍ୟୁରୋ : ଗୃହ ଆରମ୍ଭରୁ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ଗୃହ ମଧ୍ୟଭାଗରେ ବିଜେପି ବିଧାୟକମାନେ ନାରାବାଜି କରିଛନ୍ତି । ବିଧାନସଭାରେ ଉଠିଛି କେନ୍ଦ୍ରାପଡା ଗୁଳିକାଣ୍ଡ ଓ ପଟ୍ଟିନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା । ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିଜେପି ସଦସ୍ୟ ଦାବି କରିଥିଲେ ।
ଏହାକୁ ନେଇ ଗୃହ ମଧ୍ୟରେ ହଟ୍ଟଗୋଳ ହୋଇଥିଲା । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଗୃହକୁ ୧୦ ମିନିଟ୍ ଓ ପରେ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । କେନ୍ଦ୍ରପଡାରେ ଶନିବାର ରାତିରେ ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଥିବାବେଳେ ଗତକାଲି ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାଇକିଆ ଛକରେ ଦିନ ଦ୍ୱିପହରରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇ ୩ ଜଣଙ୍କୁ ହତ୍ୟା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Assembly.jpg)