ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା

96

କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା । ‘ମୋଦୀ କି ଗ୍ୟାରେଣ୍ଟି’ ଉପରେ ଭରସା କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟ ମାନଙ୍କର ଗ୍ୟାରେଣ୍ଟି ଯେଉଁଠି ଶେଷ ହୁଏ ସେଠାରୁ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହୂୁଏ ବୋଲି ମୋଦୀ ନିର୍ବାଚନ ପ୍ରଚାର ବେଳେ ବାର ବାର କହିଥିଲେ । ଏବଂ କଂଗ୍ରେସର ୬ଗ୍ୟାରେଣ୍ଟିକୁ କାଉଁଟର କରିଥିଲେ ମୋଦୀ ।

ସେହିପରି ଡବଲ ଇଞ୍ଜିନ ସରକାର ପାଇଁ ବିଜେପିକୁ ଭୋଟ୍ ଦେବାକୁ କହିଥିଲେ । ୩ଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ମୋଦୀଙ୍କ ଲୋକପ୍ରିୟତା ବୋଲି କୁହାଯାଉଛି । ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ଦଳକୁ ଝଟକା ଲାଗିଥିଲେ ବି ଦଳ ନିଜର ଷ୍ଟାର କ୍ୟାମ୍ପେନର ଉପରେ ଭରସା ରଖିଥିଲା । ମଧ୍ୟପ୍ରଦେଶରେ ଦଳ ସରକାର ବଜାୟ ରଖିବାରେ ସଫଳ ହୋଇଛି । ରଜ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ମୋଦୀ ନେଇଥିବା କହି ଲୋକଙ୍କ ଭିତରେ ବିଶ୍ୱାସ ଦେଇଥିଲେ । ଏବଂ ମୋଦୀ ଗ୍ୟାରେଣ୍ଟି କଥା ପ୍ରତି ଥର ନିର୍ବାଚନୀ ପ୍ରଚାରରେ ଦୋହରାଇଥିଲେ ।