ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ସରଗରମ ରହିଛି । ଚାଷୀ ଆତ୍ମହତ୍ୟା,ଅମଲାଙ୍କ ନିଲମ୍ବନ ,ମୋଦିଙ୍କ ଓଡିଶା ଗରିବୀ ମନ୍ତବ୍ୟ ଓ ଜାତୀୟ ପତକା ଅବମାନନା ପ୍ରସଙ୍ଗ କୁ ନେଇ ଆଜି ଗୃହରେ ହଟ୍ଟଗୋଳ ହୋଇଛି । ମୋଦିଙ୍କ ଓଡିଶା ଗରିବୀ ମନ୍ତବ୍ୟକୁ ବିଜେଡି-ବିଜେପି ସଦସ୍ୟ ମୁହାଁମୁହିଁ ହୋଇଛନ୍ତି ।
ବିଜେଡି ସଦସ୍ୟ ମହେଶ ସାହୁଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଛନ୍ତି । ବିଜେଡି ବିଧାୟକ ମହେଶ ସାହୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆକ୍ଷେପମୂଳକ ଶଦ୍ଦ ପ୍ରୟୋଗ କରିଥିଲେ । ଏହାକୁ ନେଇ ବିଜେପି ସଦସ୍ୟ ହୋହାଲ୍ଲା କରିବା ସହ ବିଧାୟକ ରବି ନାଏକ ବାଚସ୍ପତିଙ୍କ ମାଇକ ଭାଙ୍ଗିଥିଲେ । ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-02-13h08m52s063.png)