ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨ରେ ଆସିବ ରେଜଲ୍ଟ । 

Advertisment
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨ରେ ଆସିବ ରେଜଲ୍ଟ । 

କନକ ବ୍ୟୁରୋ : ବାଜିଲା ନିର୍ବାଚନ ବିଗୁଲ । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ । ସେହିପରି ଏପ୍ରିଲ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ ୬ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଏପ୍ରିଲ ୧୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ, ଏପ୍ରିଲ ୧୭ ତାରିଖରେ ପଞ୍ଚମ ପର୍ଯ୍ୟାୟ, ଏପ୍ରିଲ ୨୨ ତାରିଖରେ ଷଷ୍ଠ ପର୍ଯ୍ୟାୟ, ଏପ୍ରିଲ ୨୬ ତାରିଖରେ ସପ୍ତମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବ ଅନ୍ତିମ ତଥା ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ।

ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ଦମଦାର ଟକ୍କର । ଶାସନଗାଦିରେ ବସିଥିବା ଟିଏମସି ପୁଣି ଥରେ କ୍ଷମତା ବଜାୟ ରଖିବ ନା ଦିଦିଙ୍କ ଗଡକୁ ଭାଙ୍ଗି ବିଜେପି ବାଜିମାତ୍ କରିବ ତାହା ଆସନ୍ତା ମେ ମାସ ୨ ତାରିଖରେ ସ୍ପଷ୍ଟ ହୋଇଯିବ । କାରଣ ମେ ୨ ତାରିଖରେ ଆସିବ ରେଜଲ୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe