କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି । ୩ଟିରେ କଂଗ୍ରେସ ନୈରାଶ୍ୟଜନକ ସ୍ଥିତିରେ ରହିଥିିବା ବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ଭଲ କରିଛି । ଏହାକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ତେଲେଙ୍ଗାନା ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ଖଡଗେ । ଏହାସହ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ପରାଜୟକୁ ସ୍ୱୀକାର କରିବା ସହ କଂଗ୍ରେସକୁ ଭୋଟ ଦେଇଥିବା ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Advertisment

ଖଡଗେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି କି, ତେଲେଙ୍ଗାନାରେ ଭୋଟର କଂଗ୍ରେସକୁ ଭୋଟ ଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହାସହ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଭୋଟରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଖଡଗେ । ପରାଜୟର କାରଣ ଖୋଜିବା ସହ ଦଳ ଆଗକୁ ନିଶ୍ଚିତ ଭାବେ ବିଜୟୀ ହେବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

କେବଳ ସେତିକି ନୁହେଁ , କଂଗ୍ରେସ ପାର୍ଟି ପୁରା ଦମରେ ୪ଟି ରାଜ୍ୟରେ ନିର୍ବାଚନ ଲଢିଥିଲା । ଏନେଇ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କୁ ନେଇ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସେ ଦଳର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।