ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ସକାଳ ସାଢେ ୧୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୨୯% ; ଆସାମରେ ୨୫% ମତଦାନ ରେକର୍ଡ

69

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ସକାଳ ସାଢ଼େ ୧୧ ସୁଦ୍ଧା ପଶ୍ଚିମବଙ୍ଗରେ ୨୯ ପ୍ରତିଶତ ମତଦାନ ହୋଇଛି । ସେହିପରି ଆସାମରେ ୨୫ପ୍ରତିଶତ ଭୋଟ ପଡ଼ିଛି ।

ବିହାର ବିଧାନସଭା ନିର୍ବାଚନ ପରେ କରୋନା କାଳରେ ଏହା ଦ୍ୱିତୀୟ ନିର୍ବାଚନ । କରୋନାର ସଂକ୍ରମଣ ପୁଣି ଦେଶରେ ବଢି ଚାଲିଥିବାରୁ, କଡା କଟକଣା ଭିତରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ତେଣୁ ପୋଲିଂ ବୁଥରେ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କର୍ମଚାରୀ ଓ ମତଦାତାଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ରହିଥିବା ବେଳେ ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖି ଚାଲିଛି ଭୋଟିଂ ।