ଦିନକ ପରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ! ବିଜେପି ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର । ଲୋକଙ୍କୁ ମନେଇବାକୁ ପ୍ରୟାସ ।

ନକ୍ସଲବାଦକୁ ପ୍ରତିହତ କରିବାରେ ରାଜ୍ୟରେ ରମଣ ସିଂଙ୍କ ସରକାର ଗତ ୧୫ବର୍ଷ ଧରି ଉଦ୍ୟମ ଜାରି ରଖିଛନ୍ତି । ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନକୁ ଅନେକ ସଫଳତା ମିଳିଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ।

126

କନକ ବ୍ୟୁରୋ: ଛତିଶଗଡରେ ଆଉ ଦିନକ ପରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ରାୟପୁରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କ୍ଷମତାରେ ରହିଲେ ଚାଷୀ ଓ ଯୁବବର୍ଗକୁ ଗୁରୁତ୍ୱ ଦେବା ଲାଗି ଶାହାଙ୍କ ସଂକଳ୍ପ । ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ରାଜ୍ୟରେ ରମଣ ସରକାରଙ୍କ ସଫଳତା ବଖାଣିଛନ୍ତି ଅମିତ ଶାହା । ଯାହାକୁ ନେଇ ଏବେ ଛତିଶଗଡ଼ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରୀ ଅଭୁତପୂର୍ବ ବିକାଶ କରିଥିବା କହିଛନ୍ତି ଶାହା । ନକ୍ସଲବାଦକୁ ପ୍ରତିହତ କରିବାରେ ରାଜ୍ୟରେ ରମଣ ସିଂଙ୍କ ସରକାର ଗତ ୧୫ବର୍ଷ ଧରି ଉଦ୍ୟମ ଜାରି ରଖିଛନ୍ତି । ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନକୁ ଅନେକ ସଫଳତା ମିଳିଛି । ତେବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଛନ୍ତି, ଯେଉଁ ଦଳ ନକ୍ସଲବାଦକୁ କ୍ରାନ୍ତି ବୋଲି ସମର୍ଥନ ଜଣାଉଛି ସେହି ଦଳ ଛତିଶଗଡର ବିକାଶ କରିବ ନାହିଁ ବୋଲି କହିଛନ୍ତି ଅମିତ ଶାହା ।

raman-singhସେହିପରି ସ୍ୱାମୀନାଥନ କମିଟି ରିପୋର୍ଟକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂହ । ଏମଏସପିରେ ରେକର୍ଡ ବୃଦ୍ଧି କରି ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଦିଆଯାଉଛି । ଏଥିସହ ଚାଷୀଙ୍କୁ ମାଗଣାରେ ରାଜ୍ୟ ସରକାର ସ୍ୱଳ୍ପକାଳୀନ ଋଣ ଯୋଗାଇ ଦେଉଥିବା କହିଛନ୍ତି ରମଣ ।