ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ , ରାହୁଲ ଭାଇ ପ୍ରଥମରୁ ହିଁ ସମସ୍ତଙ୍କ ସାଥିରେ ଚାଲିଛନ୍ତି । ମାନବିକତାର ସେ ହେଉଛନ୍ତି ମୂର୍ତ୍ତି । ଯେଉଁ ହାତ ଭାରତର ଭାଗ୍ୟକୁ ନିଜ ହାତରେ ନେବାକୁ ଯାଉଛି ସେହି ହାତ ବଡ ଶକ୍ତ ଏବଂ କଠିନ ପରିଶ୍ରମୀ । ସେ ବିଜେପିକୁ ଇଙ୍ଗିତ କରି ସେ କହିଥିଲେ ,ବିଜେପିର ନୂଆ ନାଁ ହେଉଛି,ଜିଟିୟୁ । ଯାହାର ଅର୍ଥ ଗିରେ ତୋ ଭି ଟାଙ୍ଗ୍ ଉପର୍ (ପଡିଗଲେ ବି ଗୋଡ ଉପରେ) ।
ଆଜି ଦେଶର ପାଞ୍ଚ ରାଜ୍ୟରେ ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ ଏବଂ ମିଜୋରାମରେ ନିର୍ବାଚନ ପରିଣାମ ଆସିବାକୁ ଲାଗିଛି । ତେବେ ଏଥର କଂଗ୍ରେସ ତିନୋଟି ବଡ ରାଜ୍ୟ ରାଜସ୍ଥାନ,ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଆଗୁଆ ରହିଛି । ତିନି ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବାର ଚାନ୍ସ ରହିଛି । ଏଭଳି ଯଦି ହୁଏ ତେବେ କଂଗ୍ରେସ ପାର୍ଟିର ବହୁତ ବଡ ବିଜୟ ହେବ । ପ୍ରଥମଥର ପାଇଁ ଏଭଳି ହୋଇଛି ଯେଉଁଠି ବିଜେପି ଉପରେ କଂଗ୍ରେସ ଭାରୀ ପଡିଛି । ଏହା ବିଜେପି ପାଇଁ ବଡ ଝଟକାର କାରଣ ହୋଇପାରେ । କାରଣ କଂଗ୍ରେସର ସ୍ଥିତି ୨୦୧୯ ରେ ବିଜେପିର ଏହି ଖେଳକୁ ବିଗାଡି ଦେଇପାରେ । ଏମିତିରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/Navjot-Singh-Sidhu.jpg)
/kanak/media/post_attachments/wp-content/uploads/2018/12/Navjot-Singh-sidhu-Rahul-Gandhi-620x400-300x194.jpg)
/kanak/media/post_attachments/wp-content/uploads/2018/12/modinrahul1_660_121118095404-1-300x205.jpg)