କନକ ବ୍ୟୁରୋ : ୫ରାଜ୍ୟ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ କମିଶନ ସୋମବାର ତାରିଖ ଘୋଷଣା କରିବା ପରେ ଚଳଚଂଚଳ ହୋଇଛି ରାଜ୍ୟଠୁ ଜାତୀୟ ରାଜନୀତି । ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ପୂର୍ବଥର ଅପେକ୍ଷା ଏଥରକ ଅଧିକ ଟକ୍କର ହେବା ବୋଲି କୁହାଯାଉଛି । ଯେଉଁ ରାଜ୍ୟରେ କଂଗ୍ରେସ ରହିଛି ସେଠି ବିଜେପି ଶାସନ ଦଖଲ କରିବାକୁ ଜୋରଦାର ପ୍ରୟାସ କରୁଛି । ସେପଟେ କଂଗ୍ରେସ ନିଜ ଶାସନ ଡୋରିକୁ ସୁରକ୍ଷିତ ରଖିବାକୁ ଜି ତୋଡ ମେହନତ ମଧ୍ୟ କରୁଛି । ୫ରାଜ୍ୟରେ ନିର୍ବାଚନୀ ତାରିଖ ଘୋଷଣା ପରେ ଏବିପି ନ୍ୟୁଜ ସି ଭୋଟର ପକ୍ଷରୁ ଓପନିୟନ ପୋଲ ପ୍ରକାଶ ପାଇଛି । ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର । ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିବାକୁ ଅଧିକ ସକ୍ଷମ ହେବ । ରାଜ୍ୟରେ କଂଗ୍ରେସକୁ ୧୧୩ରୁ ୧୨୫ ଆସନ ମିିଳିପାରେ । ବିଜେପିକୁ ୧୦୪ରୁ ୧୧୬ ଆସନ ମିଳିପାରେ । ସେହିପରି ଛତିଶଗଡ ମଧ୍ୟରେ କିଛି କମ ହବନି କଂଗ୍ରେସ ଓ ବିଜେପି ଟକ୍କର । କଂଗ୍ରେସକୁ ୪୫ ରୁ ୫୧ ଆସନ ମିଳିପାରେ । ସେହିପରି ବିଜେପିକୁ ୩୯ରୁ ୪୫ ଆସନ ମିଳିପାରେ

Advertisment

ନଜର ପକାଇବା ୨୦୧୮ ବିଧାନସଭା ନିର୍ବାଚନରେ କେଉଁ ରାଜ୍ୟରେ କ’ଣ ରହିଥିଲା ଫଳାଫଳ
୫ରାଜ୍ୟର ୨୦୧୮ ବିଧାନସଭା ଫଳାଫଳ

ରାଜ୍ୟ ମୋଟ ଆସନ କିଏ ଜିତିଥିଲେ କେତେ ଆସନ?

ରାଜସ୍ଥାନ ୧୯୯ କଂଗ୍ରେସ-୧୦୦, ବିଜେପି ୭୩, ଅନ୍ୟ ୨୬

ମଧ୍ୟପ୍ରଦେଶ ୨୩୦ କଂଗ୍ରେସ ୧୧୪, ବିଜେପି ୧୦୯, ଅନ୍ୟ ୭

ଛତିଶଗଡ଼ ୯୦ କଂଗ୍ରେସ ୬୮, ବିଜେପି ୧୫, ଅନ୍ୟ ୭

ତେଲେଙ୍ଗାନା ୧୧୯ ଟିଆରଏସ୍ ୮୮, କଂଗ୍ରେସ ୧୯,ଏଆଇଏମଆଇଏମ ୭, ବିଜେପି ୧, ଅନ୍ୟ ୪

ମିଜୋରାମ ୪୦ ଏମଏନଏଫ୍ ୨୭, କଂଗ୍ରେସ ୪, ବିଜେପି ୧, ଜେଜେପି ୮

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ରାଜ୍ୟର ବିଧାନସଭା ନିର୍ବାଚନକୁ ବେଶ ଗୁରୁତ୍ୱମନେ କରାଯାଉଛି । ଫାଇନାଲ ମ୍ୟାଚର ପୂର୍ବରୁ ୫ରାଜ୍ୟର ନିର୍ବାଚନ ହେବ ସେମିଫାଇନାଲ ଫଳାଫଳ । ବିଭିନ୍ନ ଓପିନୟନ ପୋଲ ଭିନ୍ନ ଭିନ୍ନ କଥା କହୁଛି । ଇଣ୍ଡିଆ ଟିଭି ସିଏନଏକ୍ସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ କୁହଯାଇଛି ଯଦି ବର୍ତମାନ ସାଧାରଣ ନିର୍ବାଚନ ହୁଏ ତେବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର ।