ସାଧାରଣ ନିର୍ବାଚନ ଆଗରୁ ଉଷ୍ମ ହେଉଛି ରାଜନୀତି । ଖଲ୍ଲିକୋଟ ରାଣୀଙ୍କ ପାଇଁ ମଇଦାନକୁ ଓହ୍ଲାଇଲେ ଏନଏସି ଅଧ୍ୟକ୍ଷ

231

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଏହି ବିଧାନସଭା କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟି ରହିଛନ୍ତି । କିନ୍ତୁ ଏବେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଇଂ ନିରଞ୍ଜନ ବେହେରାଙ୍କୁ ନେଇ ଚର୍ଚା ଯୋର ଧରିଛି । କାରଣ ଏବେ ସେ ବିଜ୍ଞାପିତ ଅଂଚଳ ପରିଷଦ ଛାଡି ପଂଚାୟତ ମୁହାଁ ହୋଇଛନ୍ତି ଅଧ୍ୟକ୍ଷ । ପଂଚାୟତର ଗାଁକୁ ଗାଁ ବୁଲୁଛନ୍ତି । ଆଉ ୨୦୧୯ ନିର୍ବାଚନ ପରେ କୌଣସି କରାଣରୁ ରାଜନୀତି ଠାରୁ ଦୂରେଇ ରହିଥିବା ରାଣୀ ସୁଜ୍ଞାନୀ କୁମାରୀ ଦେଓଙ୍କ ସମର୍ଥକଙ୍କୁ ଭେଟି ଏକାଠି କରୁଛନ୍ତି । ରାଣୀ ତାଙ୍କୁ ପଠାଇଥିବା ଲୋକଙ୍କୁ କହୁଛନ୍ତି ।

ପଂଚାୟତ ନିର୍ବାଚନ ପରେ ନିଷ୍କ୍ରିୟ ହୋଇଯାଇଥିବା ବିଧାୟିକାଙ୍କ ବିରୋଧୀ ଗୋଷ୍ଠୀ ଏବେ ପୁଣି ସକ୍ରିୟ ହୋଇଛି । ଚର୍ଚ୍ଚା ହେଉଛି ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣୀ ବୈଦ୍ୟଙ୍କୁ ହଟାଇବା ପାଇଁ ବିରୋଧୀ ଗୋଷ୍ଠୀ ରଣନୀତି କରୁଛନ୍ତି । ତେବେ ଆଗାମି ଦିନରେ ରାଣୀ ଯାହାକୁ ସମର୍ଥନ ଦେବେ ସେମାନେ ତାଙ୍କୁ ସମର୍ଥନ କରିବେ ବୋଲି ରାଣୀଙ୍କ ସମର୍ଥକ ।

ପ୍ରାର୍ଥୀ ହେବା ପାଇଁ ମାଳମାଳ ଆଶାୟୀ ରାଣୀଙ୍କ ପାଖରେ ଡେରା ପାକାଇଥିବା ବେଳେ କିଏ ହେଉଛି ରାଣୀଙ୍କ ପ୍ରିୟ ଭାଜନ ତା ଉପରେ ସମସ୍ତଙ୍କ ନଜର ରହିଛି ।