୨୦୨୪ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ  କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ । ଲାଂଜିଗଡରୁ କିଏ ହେବ ପ୍ରାର୍ଥୀ ?  ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା

129

କନକ ବ୍ୟୁରୋ : ଆଦିବାସୀ ବହୁଳ ବିଧାନସଭା କ୍ଷେତ୍ର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ । ବଣ, ପାହାଡ ଘେରା ଏହି ନିର୍ବାଚନମଣ୍ଡଳୀରେ ୨୦୨୪ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଅନ୍ୟପଟେ  ନିର୍ବାଚନରେ ପ୍ରାର୍ଥୀ ହେବାକୁ ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା । ବିଶେଷକରି ଶାସକ ଦଳ ବିଜେଡିରୁ ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । ବର୍ତମାନର ବିଧାୟକ ପ୍ରଦୀପ କୁମାର ଦିସାରି ତାଲିକାରେ ଆଗରେ ରହିଛନ୍ତି । ସେହିପରି କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଓ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

ବିଜେପିରେ ମଧ୍ୟ ଟିକେଟ ଆଶାୟୀଙ୍କ ସଂଖ୍ୟା ଲମ୍ବି ଚାଲିଛି । ଆଗରେ ରହିଛି ରମେଶ ମାଝୀଙ୍କ ନାଁ । ବିଜୟ ଦିଶାରୀ ମଧ୍ୟ ବିଜେପିରୁ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି  । କଂଗ୍ରେସ ବି ପଛରେ ପଡିନି । କଂଗ୍ରେସରୁ ଗଂଗାଧର ପାତ୍ର ଓ ଚାଂଚେର ମାଝୀ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଗାଁ ଗାଁ ବୁଲି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟା ନିର୍ବାଚନରେ ପ୍ରସଙ୍ଗ ପାଲଟିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।