କନକ ବ୍ୟୁରୋ: ବିଧାନସଭାରୁ ହଟିଲା କଟକଣା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ନିଆଗଲା ନିଷ୍ପତ୍ତିା ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଚାଲିବ ଗୃହକାର୍ଯ୍ୟ । ପୂର୍ବରୁ ଥିବା କରୋନା କଟକଣା ହଟିଥିବା ବେଳେ ସ୍ୱଭାବିକ ଚାଲିବ ଗୃହକାର୍ଯ୍ୟ । ସେହିଭଳି ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଯିବାକୁ ଅନୁମତି ଦିଆଯାଇଛି । ଏନେଇ ବାଚସ୍ପତି ବିକ୍ରମକେଶରୀ ଆରୁଖ ସୂଚନା ଦେଇଛନ୍ତି । ଆସନ୍ତା ୨୪ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।
ହଟିଲା ବିଧାନସଭା କଟକଣା, ଏକ ଘଣ୍ଟା ଅଧିକ ଚାଲିବ ଗୃହ କାର୍ଯ୍ୟ।
/kanak/media/post_attachments/wp-content/uploads/2022/11/47-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)