କାଲିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଶିମିଳିପାଳ ନିଆଁ ପ୍ରସଙ୍ଗ ଉଠାଇବେ ବିରୋଧୀ ।

Advertisment
ବିଧାନସଭାରେ ଆଗତ ହେଲେ ଓଡିଶା ମ୍ୟୁନିସପାଲ ଆଇନ୍ ସଂଶୋଧନ ବିଲ୍ । ୫୦ ପ୍ରତିଶତ ଭିତରେ ରହିବ ସଂରକ୍ଷଣ ବ୍ୟବସ୍ଥା ।

କନକ ବ୍ୟୁରୋ: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ । ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ । କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ, ଏନେଇ ସରକାରକୁ ଜବାବ ମଗାଯିବ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ନିଆଁ ଲାଗୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଥିଲେ । ସେହିପରି ରାଜ୍ୟର ଆଇନଶୃଙ୍ଖଳା, ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ବିରୋଧୀ ଉଠାଇବେ ।

ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଶିମିଳିପାଳ ନିଆଁ, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ । ଏହାର ଜବାବ ଦେଇ ବିଜେଡି କହିଛି, ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ, ତାକୁ ସାମନା କରିବାକୁ ପ୍ରସ୍ତୁତ ଅଛି ଶାସକ ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe