କନକ ବ୍ୟୁରୋ: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ । ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ । କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ, ଏନେଇ ସରକାରକୁ ଜବାବ ମଗାଯିବ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ନିଆଁ ଲାଗୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଥିଲେ । ସେହିପରି ରାଜ୍ୟର ଆଇନଶୃଙ୍ଖଳା, ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ବିରୋଧୀ ଉଠାଇବେ ।
ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଶିମିଳିପାଳ ନିଆଁ, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ । ଏହାର ଜବାବ ଦେଇ ବିଜେଡି କହିଛି, ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ, ତାକୁ ସାମନା କରିବାକୁ ପ୍ରସ୍ତୁତ ଅଛି ଶାସକ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/Odisha-Assembly.jpg)