କନକ ବ୍ୟୁରୋ: ଆରମ୍ଭରୁ ଗୃହ ମୁଲତବୀ । ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା କିନ୍ତୁ, ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିବା ସହ ଜୋରଦାର ପ୍ରତିବାଦ କରିଥିଲେ । ପରେ ପରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୧. ୪୧ ଯାଏଁ ଗୃହ ମୂଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁନଃ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲଲେ ପୁନର୍ବାର ଉପରୋକ୍ତ ପ୍ରସଙ୍ଗକୁ ଉଠାଇ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଏହାପରେ ବାଧ୍ୟ ହୋଇ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୂଲତବୀ ଘୋଷଣା କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us