କନକ ବ୍ୟୁରୋ: ଆଜି ତୃତୀୟ ଦିନରେ ବି ଚାଲିିପାରିଲାନି ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟ । ପ୍ରଥମରୁ ବିରୋଧୀ ବିଜେଡି ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ । ପ୍ରଥମେ ଦିନ ୧୧ଟା ୩୦ଯାଏଁ ଗୃହକୁ ମୁଲତବୀ କରାଯାଇଥିଲେ ବି ଦ୍ୱିତୀୟ ପ୍ରଚେଷ୍ଟାରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପୁରୀରେ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ଏଏସଓଙ୍କୁ ନ୍ୟାୟମିଳୁ, ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନଷ୍ଠାନ ଦାବି କରି ହଙ୍ଗାମା କରିଥିଲେ ବିରୋଧୀ ନେତା । ଫଳରେ ଗୃହକୁ ପୁଣିଥରେ ୪ଟା ଯାଏଁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ।
ଅନ୍ୟପଟେ ଗୃହ କାର୍ଯ୍ୟକୁ କିପରି ସୁଚାରୁ ଭାବେ ଚଳାଇ ହେବ ସେନେଇ ଆଜି ପୁଣିଥରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ମଧ୍ୟ ବୈଠକ ଡକାଯାଇଥିଲା । ଏଥିରେ ଶୃଙ୍ଖଳିତ ଗୃହ ପରିଚାଳନା ପାଇଁ ସର୍ବ ସମ୍ମତି ହୋଇଥିଲେ ବି ତାହା କାମ ଦେଉନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/vlcsnap-2024-07-24-12h11m23s581.png)