ବିଧାନସଭାରେ ବିରୋଧୀଙ୍କ ହୋ ହଲ୍ଲା । ଦିନ ୪ଟା ଯାଏଁ ଗୃହ ମୁଲତବୀ । 

Advertisment
ବିଧାନସଭାରେ ବିରୋଧୀଙ୍କ ହୋ ହଲ୍ଲା । ଦିନ ୪ଟା ଯାଏଁ ଗୃହ ମୁଲତବୀ । 

କନକ ବ୍ୟୁରୋ: ବିରୋଧୀଙ୍କ ହୋ ହଲ୍ଲା ଆଉ ହଙ୍ଗାମା ଭିତରେ ମୁଲତବୀ ହୋଇଛି ବିଧାନସଭା । ବାଚସ୍ପତି ବିଧାନସଭାକୁ ଆଜି ଦିନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ପ୍ରଥମେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀମାନେ ହୋ ହଲ୍ଲା କରିଥିଲେ । ଯାହା ପରେ ବାଚସ୍ପତି ଗୃହକୁ ଦିନ ସାଢେ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe