କନକ ବ୍ୟୁରୋ: ବିରୋଧୀଙ୍କ ହୋ ହଲ୍ଲା ଆଉ ହଙ୍ଗାମା ଭିତରେ ମୁଲତବୀ ହୋଇଛି ବିଧାନସଭା । ବାଚସ୍ପତି ବିଧାନସଭାକୁ ଆଜି ଦିନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ପ୍ରଥମେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀମାନେ ହୋ ହଲ୍ଲା କରିଥିଲେ । ଯାହା ପରେ ବାଚସ୍ପତି ଗୃହକୁ ଦିନ ସାଢେ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି ।
ବିଧାନସଭାରେ ବିରୋଧୀଙ୍କ ହୋ ହଲ୍ଲା
ଗୃହ ୪ଟା ଯାଏଁ ମୁଲତବୀ #Odisha#Assembly#KanakNewspic.twitter.com/F5sak5tSPq— Kanak News (@kanak_news) November 25, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/1616523723_37a5619f-5f41-47f9-a3f7-953e98c2f0b8.jpg)