ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ଉଭୟ ଶାସକ-ବିରୋଧୀ, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି । 

82

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଉଭୟ ଶାସକ-ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।

ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଗୃହ ଆରମ୍ଭରୁ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପିର ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ସେହିଭଳି ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ବିଜେଡିର ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଆଉ ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ତେବେ ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟ  ବିଜେପି ଓ ବିଜେଡି ମିଳିତ ଭାବରେ ପ୍ରୟାସ କରୁଛନ୍ତି ବିଧାନସଭା ନଚାଲୁ,ଚାଷୀଙ୍କ ଧାନ ନଉଠୁ ଉଭୟ ଚାହୁଁଛନ୍ତି ।କେବଳ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ତାରା । ବିଧାୟକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ,ଚାଷୀ ଆତ୍ମହତ୍ୟା କଲେଣି । ଲୋକଙ୍କ ସହ ସରକାର ବେଇମାନି କରିଛନ୍ତି । ଯେପର୍ଯ୍ୟନ୍ତ ଚାଷୀ ଙ୍କ ଧାନ ଉଠିନି ସେପର୍ଯ୍ୟନ୍ତ  ଆନ୍ଦୋଳନ କରିବ କଂଗ୍ରେସ । ଅଧିବେଶନ ଚଳାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କହିଛନ୍ତି ତାରା ।