ବିଧାନସଭାରେ ତେଲ ତାତି । ତୈଳ ଦର ବୃଦ୍ଧିରେ କଂଗ୍ରେସ ଓ ଚାରା ଘୋଟାଲା ପ୍ରସଙ୍ଗକୁ ନେଇ ବିଜେପି ସଭ୍ୟଙ୍କ ହଟ୍ଟଗୋଳ, ଆସନ୍ତା କାଲି ଯାଏଁ ଗୃହ ମୁଲତବି ।

30

କନକ ବ୍ୟୁରୋ: ବିଧାନସଭାରେ ବି ପେଟ୍ରୋଲ ଓ ଡିଜେଲ୍ ତାତି । କଂଗ୍ରେସ ପକ୍ଷରୁ ଆଜି ଭାରତ ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି । କଂଗ୍ରେସର କିଛି ବିଧାୟକ ତେଳ ଦରକୁ ପ୍ରସଙ୍ଗ କରି ରାଜ୍ୟ ବିଧାନସଭାରେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ବନ୍ଦ ପାଳନ କରାଯାଉଛି । ତେଣୁ ବିଧାନସଭାରେ ବି ଏହାର ଝଲକ ପ୍ରତିସ୍ପୃଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି କଂଗ୍ରେସ ବିଧାୟକମାନେ । ଯେଉଁଥି ପାଇଁ ବାଚସ୍ପତି ପ୍ରଦୀପ ଅମାତ ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।

assemblyଅନ୍ୟପଟେ ଗତ କିଛିଦିନ ହେବ ବିଜେଡି ବିଧାୟକ ଦାମ ରାଉତଙ୍କ ଅଭିଯୋଗ ଅନୁସାରେ ଚାରା ଘୋଟାଲାକୁ ପ୍ରସଙ୍ଗ କରିଛନ୍ତି ବିଜେପି ବିଧାୟକ । ଯାହାକୁ ନେଇ ବିଧାନସଭାରେ ହଟ୍ଟୋଗଳ କରିଛନ୍ତି ବିଜେପି ସଭ୍ୟଗଣ । ଦାମ ରାଉତଙ୍କ ଅଭିଯୋଗକୁ ସମର୍ଥନ ଜଣାଇ ବିଧାନସଭା ଗୃହରେ ରାଜ୍ୟ ସରକାରଙ୍କ ବିରୋଧୀ ନାରାବାଜି ଦେଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ମାନ୍ୟବର ବିଧାନସଭା ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।