ବିଧାନସଭାରେ ଉଠିଲା ନୀଳଗିରି ନାବାଳିକାଙ୍କୁ ଦୁଷ୍କର୍ମର ପ୍ରତିବାଦ! ଦେଶ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

Advertisment
ବିଧାନସଭାରେ ଉଠିଲା ନୀଳଗିରି ନାବାଳିକାଙ୍କୁ ଦୁଷ୍କର୍ମର ପ୍ରତିବାଦ! ଦେଶ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ଫଳରେ ଆଜି ଗୃହର ପ୍ରଶ୍ନକାଳ ଚାଲିପାରିନାହିଁ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହରେ ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ପ୍ରସଙ୍ଗ ଉଠାଇଥିଲେ । ସଦସ୍ୟମାନେ କହିଥିଲେ , ୟୁପି ଓ କାଶ୍ମୀର ଭଳି ରାଜ୍ୟରେ ବି ଦୁଷ୍କର୍ମ ମାମଲା ବଢି ଚାଲିଛି ।

ନୀଳଗିରି ଓ ସୋରର ଉଦାହରଣ ଦେଇ କଂଗ୍ରେସ ସଦସ୍ୟମାନେ ଏ ନେଇ ଗୃହରେ ପ୍ରଶ୍ନକାଳ ବାତିଲ କରି ଆଲୋଚନା କରିବାକୁ ଚାହିଁଥିଲେ । କିନ୍ତୁ ବାଚସ୍ପତି ଏ ବାବଦରେ କୌଣସି ଉତର ଦେଇନଥିଲେ । ଆଲୋଚନା ଦାବିରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe