କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ଫଳରେ ଆଜି ଗୃହର ପ୍ରଶ୍ନକାଳ ଚାଲିପାରିନାହିଁ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହରେ ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ପ୍ରସଙ୍ଗ ଉଠାଇଥିଲେ । ସଦସ୍ୟମାନେ କହିଥିଲେ , ୟୁପି ଓ କାଶ୍ମୀର ଭଳି ରାଜ୍ୟରେ ବି ଦୁଷ୍କର୍ମ ମାମଲା ବଢି ଚାଲିଛି ।
ନୀଳଗିରି ଓ ସୋରର ଉଦାହରଣ ଦେଇ କଂଗ୍ରେସ ସଦସ୍ୟମାନେ ଏ ନେଇ ଗୃହରେ ପ୍ରଶ୍ନକାଳ ବାତିଲ କରି ଆଲୋଚନା କରିବାକୁ ଚାହିଁଥିଲେ । କିନ୍ତୁ ବାଚସ୍ପତି ଏ ବାବଦରେ କୌଣସି ଉତର ଦେଇନଥିଲେ । ଆଲୋଚନା ଦାବିରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-16-at-12.41.18-PM.png)