କେବେ ସ୍ବାଭାବିକ ହେବ ଗୃହକାର୍ଯ୍ୟ, ୩ ଦିନ ହେଲା ଜାରି ରହିଛି ହଟ୍ଟଗୋଳ ଓ ନାରବାଜି । ସର୍ବଦଳୀୟ ବୈଠକ ପରେ ବି ସ୍ବାଭାବିକ ହୋଇପାରୁନି ସ୍ଥିତି

Advertisment
କେବେ ସ୍ବାଭାବିକ ହେବ ଗୃହକାର୍ଯ୍ୟ, ୩ ଦିନ ହେଲା ଜାରି ରହିଛି ହଟ୍ଟଗୋଳ ଓ ନାରବାଜି । ସର୍ବଦଳୀୟ ବୈଠକ ପରେ ବି ସ୍ବାଭାବିକ ହୋଇପାରୁନି ସ୍ଥିତି

କନକବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଅଚଳାବସ୍ଥା ଜାରି ରହିଛି । ଲଗାତାର ତିନି ଦିନ ହେଲା ଗୃହକାର୍ଯ୍ୟ ଠିକରେ ଚାଲିପାରୁ ନାହିଁ । ପ୍ରଥମେ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ଅଭିଯୋଗ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧୀ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ଓ ନାରାବାଜି ଯୋଗୁଁ  ବିଧାନସଭାରେ ଲୋକଙ୍କ ସମସ୍ୟା ଉପସ୍ଥାପିତ ହୋଇପାରୁନାହିଁ । ପ୍ରଶ୍ନ ଉଠୁଛି, କେବେ ସ୍ବାଭାବିକ ହେବ ବିଧାନସଭା? ଏହାରି ଭିତରେ ଗୁରୁବାର ଗୃହରେ ବଜେଟ ଉପସ୍ଥାପନ ହୋଇଛି।

ଏହାପୂର୍ବରୁ ପୋଲାଭରମ୍ ପ୍ରକଳ୍ପକୁ ନେଇ ଗୃହରେ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ବୁଧବାର ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ସର୍ବଦଳୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ପୁଣି ଅଚଳାବସ୍ଥା ଜାରି ରହିବ ନା ସ୍ବାଭାବିକ ହେବ? ତେଣୁ ଆଜି ଗୃହକାର୍ଯ୍ୟ ଉପରେ ନଜର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe