କନକବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଅଚଳାବସ୍ଥା ଜାରି ରହିଛି । ଲଗାତାର ତିନି ଦିନ ହେଲା ଗୃହକାର୍ଯ୍ୟ ଠିକରେ ଚାଲିପାରୁ ନାହିଁ । ପ୍ରଥମେ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ଅଭିଯୋଗ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧୀ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବିଧାନସଭାରେ ଲୋକଙ୍କ ସମସ୍ୟା ଉପସ୍ଥାପିତ ହୋଇପାରୁନାହିଁ । ପ୍ରଶ୍ନ ଉଠୁଛି, କେବେ ସ୍ବାଭାବିକ ହେବ ବିଧାନସଭା? ଏହାରି ଭିତରେ ଗୁରୁବାର ଗୃହରେ ବଜେଟ ଉପସ୍ଥାପନ ହୋଇଛି।
ଏହାପୂର୍ବରୁ ପୋଲାଭରମ୍ ପ୍ରକଳ୍ପକୁ ନେଇ ଗୃହରେ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ବୁଧବାର ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ସର୍ବଦଳୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ପୁଣି ଅଚଳାବସ୍ଥା ଜାରି ରହିବ ନା ସ୍ବାଭାବିକ ହେବ? ତେଣୁ ଆଜି ଗୃହକାର୍ଯ୍ୟ ଉପରେ ନଜର ରହିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/07/assembly.jpg)