ଆଜି ବି ଚାଲିପାରିଲାନି ବିଧାନସଭା ; ‘ବିରୋଧୀ ଦଳ ନେତାଙ୍କୁ ଗିରଫ’ ଶବ୍ଦ ପ୍ରୋସିଡିଂରୁ ହଟାଇବାକୁ ବିଜେଡିର ଦାବି, ୪ଟା ଯାଏଁ ଗୃହ ମୁଲତବୀ

Advertisment
ଆଜି ବି ଚାଲିପାରିଲାନି ବିଧାନସଭା ; ‘ବିରୋଧୀ ଦଳ ନେତାଙ୍କୁ ଗିରଫ’ ଶବ୍ଦ ପ୍ରୋସିଡିଂରୁ ହଟାଇବାକୁ ବିଜେଡିର ଦାବି, ୪ଟା ଯାଏଁ ଗୃହ ମୁଲତବୀ

କନକ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା। ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଶୂନ୍ୟକାଳରେ ପୋଲାଭରମ ପ୍ରସଙ୍ଗକୁ ନେଇ ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। ହଙ୍ଗାମା ଭିତରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ବିଜେଡି ପଏଣ୍ଟ ଅଫ ଅର୍ଡର ମାଗିବା ସହ ‘ବିରୋଧୀ ଦଳ ନେତାଙ୍କୁ ଗିରଫ’ ଶବ୍ଦ ପ୍ରୋସିଡିଂରୁ ହଟାଇବାକୁ ଦାବି କରି ହଙ୍ଗମା କରିଥିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ୟ୍ୟ ଚଳାଇବା ସମ୍ଭବ ନହେବାରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe