କନକ ବ୍ୟୁରୋ: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ ଓ ଦୁର୍ବ୍ୟବହାର ମାମଲାରେ ଆଜି ପୁଲିସ ଡିଜିଙ୍କୁ ଭେଟିଛନ୍ତି ସିନେ ଆର୍ଟିଷ୍ଟ ଆସୋସିଏସନର ସଦସ୍ୟ । ଅଭିଯୁକ୍ତର ଗିରଫ ଦାବି କରିଛନ୍ତି । ୭ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ତେଣୁ ଇନ୍ଦ୍ରଜିତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି । ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ଉଷସୀଙ୍କ ନାଁରେ କରାଯାଇଥିବା ପାଲଟା ଅଭିଯୋଗ ନେଇ ସେ ପ୍ରତିକ୍ର୍ରିୟା ରଖିଛନ୍ତି । କହିଛନ୍ତି ତାଙ୍କୁ ଦୁର୍ବବ୍ୟହାର କରାଯିବାରୁ ସେ କିଛି କରିଛନ୍ତି । ଏହା ସହିତ କହିଛନ୍ତି ଯଦି ଅଭିଯୁକ୍ତର କିଛି ଅଭିଯୋଗ କରିବାର ଥିଲା ତେବେ ସେ ସେହି ଦିନ ନକରି ଦୁଇ ଦିନ ବିଳମ୍ବରେ କାହିଁକି କଲେ । ଥାନାରେ ଅଭିଯୋଗ ନକରି କୋର୍ଟରେ କାହିଁକି ଅଭିଯୋଗ କରିଛନ୍ତି । ଉଷସୀଙ୍କ ସହ ଅଭିନେତା ଅନୁଭବ ମହାନ୍ତି, ମୁନ୍ନା ଖାଁ, ଶ୍ରୀତମ ଦାସ୍,ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଡିଜିପିଙ୍କୁ ଭେଟି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-29-21h19m44s371.png)
/kanak/media/post_attachments/wp-content/uploads/2018/04/vlcsnap-2018-04-29-21h19m25s628-300x240.png)