କନକ ବ୍ୟୁରୋ: ଗୋଟିଏ ସ୍ଥାନରେ ଏକାସାଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟଶିଳ୍ପୀ ପରିବେଷଣ କଲେ ବିହୁ ନୃତ୍ୟ । ଡ୍ରମ ବାଜାର ତାଳେ ତାଳେ ପାଦ ଦେଇ ନାଚୁଥିବା ବେଳେ ଏହା ଏବେ ଗିନିଜ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗୁରୁବାର ଆସାମର ପାରମ୍ପରିକ ବିହୁ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା, ଯେଉଁଥିରେ ୧୧ ହଜାର ୩୦୦ ନୃତ୍ୟଶିଳ୍ପୀରେ ଅଂଶଗ୍ରହଣ କରିଥିଲେ । ଏହା ଆସାମ ଲୋକନୃତ୍ୟର ସବୁଠୁ ବଡ ପ୍ରଦର୍ଶନ ରହିଥିଲା । ଏତେ ସଂଖ୍ୟାକ ନୃତ୍ୟୁଶିଳ୍ପୀଙ୍କୁ ନେଇ ଆୟୋଜନ ହୋଇଥିବା ବେଳେ ଏଥିପାଇଁ ଗିଜିନ୍ ୱାଲ୍ଡ ରେକର୍ଡରେ ନାଁ କରିଛି ଆସାମ୍ ।
ଶୁକ୍ରବାର ମଧ୍ୟ ପୁଣି ଥରେ ଆସାମର ଗୌହ୍ୱାଟିରେ ଏତେ ସଂଖ୍ୟାକ ନୃତ୍ୟଶିଳ୍ପୀଙ୍କୁ ନେଇ ବିହୁ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମୋଦୀ ଆସାମ ଗସ୍ତରେ ଯାଇଥିବା ବେଳେ ପୁଣି ଥରେ ଏହି ନୃତ୍ୟ ପରିବେଷଣ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ରହି ବିହୁ ନୃତ୍ୟକୁ ଉପଭୋଗ କରିବା ସହ ସାର୍ଟିପିକେଟ୍ ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/36-3.jpg)