ଆସାମ ହିଂସା: ଦରଙ୍ଗ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ, ଆହତଙ୍କ ମୃତଦେହ ଉପରକୁ ଡେଇଁବା ଅଭିଯୋଗରେ କ୍ୟାମେରାମ୍ୟାନ୍ ଗିରଫ

107

କନକ ବ୍ୟୁରୋ: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ପୁଣି ହିଂସା । ଏଠାରେ ଥିବା ଦରଙ୍ଗ ଜିଲ୍ଲାରେ ହୋଇଥିବା ହିଂସାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ମୃତଦେହ ଉପରକୁ ଡେଇଁଥିବା ଅଭିଯୋଗରେ ହୋଇଥିବା କ୍ୟାମେରାମ୍ୟାନଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଆସାମର ବିଜେପି ସରକାର ଏବଂ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି । ଜିଲ୍ଲାର ଏସପି ଭାବେ ଅବସ୍ଥାପିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସାନ ଭାଇଙ୍କୁ ନେଇ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାସହ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

 

ଭାଇରାଲ ଭିଡିଓ ଅନୁଯାୟୀ, ଜଣେ ଗ୍ରାମବାସୀ ବାଡ଼ି ଧରି ପୋଲିସ ଆଡକୁ ଦୌଡୁଥିବାର ଦେଖାଯାଇଛି । ଏହା ପରେ ପୋଲିସ ବନ୍ଧୁକ ଓ ବାଡିରେ ଗ୍ରାମବାସୀଙ୍କୁ ଆକ୍ରମଣ କରନ୍ତି । ପୋଲିସର ଗୁଳି ଓ ଲାଠି ମାଡରେ କିଛି ଗ୍ରାମବାସୀ ଆହତ ହେବା ସହ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଏ । ଆହତ ବ୍ୟକ୍ତିଙ୍କ ଉପରେ ବି ପୋଲିସ ଲାଠି ମାଡ ଜାରି ରଖିଥିବା ଦେଖାଯାଇଛି । ଭିଡିଓରେ ସବୁଠୁ ମର୍ମନ୍ତୁଦ ହେଉଛି ସେଠାରେ ଉପସ୍ଥିତ କ୍ୟାମେରାମ୍ୟାନର ଅମାନବୀୟ କାଣ୍ଡ । ପୋଲିସ ଉପସ୍ଥିତିରେ କ୍ୟାମେରାମ୍ୟାନ ଜଣକ ଚେତାଶୂନ୍ୟ ହୋଇପଡଇଥିବା ଆହତଙ୍କ ଉପରେ ଡେଇଁଥିଲେ । ଖାଲି ସେତିକି ନୁହେଁ ଅ୍ଧଚ୍ଚଣ୍ଠୁରେ ତାଙ୍କ ତାଙ୍କ ବେକକୁ ଚିପି ଶ୍ୱାସରୁଦ୍ଧ କରୁଥିବା ଏହି ଭିଡିଓରେ ଦେଖାଯାଇଛି । ଏସବୁ ପରେ ବି ଉପସ୍ଥିତ ପୋଲିସ ତାଙ୍କୁ ରୋକିବା ବଦଳରେ ନୀରବ ରହିଛନ୍ତି ।ପୋଲିସର ନୀରବତା ଓ କ୍ୟାମେରାମ୍ୟାନଙ୍କ ବର୍ବରତା ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ପୋଲିସ ଉପରେ କଡା ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ହେଲେ ପୋଲିସ ପାକରେ କୌଣସି ଉତ୍ତର ନଥିବାବେଳେ ଆକ୍ରମଣକାରୀ କ୍ୟାମେରାମ୍ୟାନ୍ ବିଜୋୟ ବୋନିଆଙ୍କୁ ଗିରଫ କରାଯାଇଛି ।

 

ଏକ ଭାଇରାଲ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଲା, ସେତେବେଳେ ଏହାର ଉତ୍ତର ଦେବା କଷ୍ଟକର ହୋଇଗଲା । ପରେ ଆକ୍ରମଣକାରୀ କ୍ୟାମେରାମ୍ୟାନ୍ ବିଜୋୟ ବୋନିଆଙ୍କୁ ଗିରଫ କରାଯାଇଥିଲା। ଏହାସହ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।