କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସଭାରେ ରାଜ୍ୟ ସରକାରମାନଙ୍କ ମାଗଣା ବଣ୍ଟନକୁ ବିରୋଧ କରିଥିଲେ । ଏହା ପରେ ଏହି ମାମଲା ବି ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ହେଲେ ଏଭଳି ପରିସ୍ଥିତିରେ ଆସାମରେ ଶାସନ କ୍ଷମତାରେ ଥିବା ବିଜେପି ସରକାର ରାଜ୍ୟର ୩୬ ହଜାର ଛାତ୍ର ଛାତ୍ରୀଙ୍କୁ ମାଗଣାରେ ସ୍କୁଟର ବଣ୍ଟନ କରିବାକୁ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ରାଜ୍ୟରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୩୬ ହଜାର ଛାତ୍ର ଛାତ୍ରୀଙ୍କୁ ମାଗଣାରେ ସ୍କୁଟର ଦେବେ ଆସାମ ସରକାର । ଏଥିରେ ଛାତ୍ରୀମାନଙ୍କ ସଂଖ୍ୟା ଅଧିକ ଥିବା କଥା କୁହାଯାଇଛି । ଆସାମ ଶିକ୍ଷାମନ୍ତ୍ରୀ ରନୋଜ ପେଗୁ ଗଣମାଧ୍ୟମକୁ କହିଛନ୍ତି କି ଚଳିତ ସପ୍ତାହରେ ଆସାମ କ୍ୟାବିନେଟ ତରଫରୁ ୨୫୮.୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେ କହିଛନ୍ତି କି, ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୩୫,୭୪୮ ଜଣ ପରୀକ୍ଷାର୍ଥୀଙ୍କୁ ମାଗଣାରେ ସ୍କୁଟର ବଣ୍ଟନ କରାଯିବ । ସେମାନଙ୍କ ମଧ୍ୟରୁ ୨୯,୭୪୮ ଜଣ ଛାତ୍ରୀ ଥିବା ବେଳେ ୬,୦୫୨ ଜଣ ଛାତ୍ର ରହିଛନ୍ତି । ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଏହି ଛାତ୍ର ଛାତ୍ରୀମାନେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ କରିଥିଲେ । କେବଳ ସେତିକି ନୁହେଁ ଏକ ଜାତୀୟ ଗଣମାଧ୍ୟମ ମୁତାବକ ଆସାମ ସରକାର ପରିକ୍ଷାର୍ଥୀମାନଙ୍କର ପଞ୍ଜିକରଣ ଓ ବୀମା ନେଇ ଆର୍ଥିକ ସହାୟତା ଯୋଗାଇଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/34-9.jpg)