ଜାତିଗତ ହିଂସା ଭିତରେ ମଣିପୁରରୁ ଆସିଲା ଦୁଃଖଦ ଖବର । ୬ ସାଥୀଙ୍କୁ ଗୁଳିମାରି ଯବାନ କଲେ ଆତ୍ମହତ୍ୟା

288

କନକ ବ୍ୟୁରୋ : ଆସାମରେ ଦୁଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ଏବେ ବି ଜାରି ରହିଛି । ଦୈନକ କେଉଁଠୁ ସାଧାରଣ ଲୋକ ମରୁଥିବାର ଖବର ତ କେଉଁଠି ପୋଲିସକୁ ହତ୍ୟା କରାଯାଉଥିବାର ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଏକ ବଡ ଖବର ଏବେ ମଣିପୁରରୁ ଆସିଛି । ଆସାମ ରାଇଫଲ୍ସର ଜଣେ ଯବାନ ତା’ର ୬ ଜଣ ସାଥୀଙ୍କୁ ଗୁଳି ମାରିବା ସହ ନିଜେ ଆତ୍ମହତ୍ୟା କରିଛି । ଏନେଇ ଅଧିକାରୀ କହିଛନ୍ତି କି ରାଜ୍ୟରେ ଚାଲିଥିବା ଜାତିଗତ ହିଂସା ସହ ଏହି ଘଟଣାର କୌଣସି ସଂପର୍କ ନାହିଁ । ପୋଲିସର କହିବା ମୁତାବକ ଏହି ଘଟଣା ଦକ୍ଷିଣ ମଣିପୁରର ମ୍ୟାମାର ସୀମାରେ ନିଯୁକ୍ତ ହୋଇଥିବା ଆସାମ ରାଇଫଲ୍ସ ବାଟାଲିୟନରେ ଘଟିଛି । ସାଥୀ ଯବାନଙ୍କ ଗୁଳିରେ ଶିକାର ହୋଇଥିବା ୬ ଜଣ ଯାକ ମଣିପୁରରୁ ବାହାରେ ରହୁଥିବା କଥା ପୋଲିସ କହିଛି ।

ମଣିପୁର ପୋଲିସ ତରଫରୁ ମିଳିଥିବା ସୂଚନା ମୁତାବକ ସମସ୍ତ ଆହାତଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୋଲିସର ସୂଚନା ମୁତାବକ ଏଭଳି ଆକ୍ରମଣ କରିଥିବା ଯବାନ ଜଣଙ୍କ କିଛିଦିନ ତଳେ ଛୁଟି କଟାଇ ଶିବିରକୁ ଫେରିଥିଲେ । ଗତକାଲି ରାତିରେ ହଠାତ ଯବାନ ଜଣଙ୍କ ବନ୍ଧୁକ ଲୋଡ କରିଥିଲେ ଓ ନିଜକୁ ମାରିବା ପୂର୍ବରୁ ପ୍ରଥମେ ନିକଟରେ ଥିବା ୬ ଜଣ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ।