ବିଧାୟକ ହେବ ତ ଏମିତି । ଜୀବନ ମରଣ ସହ ସଂଘର୍ଷ କରୁଥିବା ବନ୍ୟା ପୀଡିତଙ୍କ ନିକଟରେ ପହଞ୍ଚାଇଲେ ରନ୍ଧାଖାଦ୍ୟ, ମାଗଣାରେ ବାଣ୍ଟିଲେ ଔଷଧ ।

176

କନକ ବ୍ୟୁରୋ : ଲଗାତାର ବର୍ଷା ଲାଗି ରହିଥିବାରୁ ଆସାମର ବନ୍ୟା ପରିସ୍ଥିତିରେ ଏ ପର୍ଯ୍ୟନ୍ତ କୌଣସି ସୁଧାର ଆସି ନାହିଁ । ଏବେ ବି ଲକ୍ଷ ଲକ୍ଷ ଲୋକ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଖାଇବାକୁ ଖାଦ୍ୟ ନଥିବା ସହ ରହିବାକୁ ଘର ନାହିଁ । ଏ ମଧ୍ୟରେ ସରକାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପ୍ରକାରର ଚେଷ୍ଟା ଚଳାଇଥିବା ବେଳେ ଜଣେ ବିଧାୟକ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

କୁମଟାଇରୁ ବିଜେପି ବିଧାୟକ ଥିବା ମ୍ରିନାଲ ସାଇକିଆ ଏବେ ନିଜ କାମ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ସେ ବନ୍ୟା ଜଳରେ ଫସି ରହିଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ରନ୍ଧା ଖାଦ୍ୟ ପହଞ୍ଚାଇବା ସହ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଉଥିବା ଜଣା ପଡ଼ିଛି । ଏହି କାମ ପାଇଁ ସେ ସ୍ୱତନ୍ତ୍ର ଡ଼ଙ୍ଗାର ବ୍ୟବହାର କରୁଥିବା ବେଳେ ପ୍ରତି ସ୍ଥାନକୁ ଯାଇ ସେ ସାହାଯ୍ୟ ଯୋଗାଉଛନ୍ତି । ଏଭଳି ସାହାଯ୍ୟ କରିବାର ଅଭିଯାନ ସେ ଏବେ ନୁହେଁ ୨୦୧୩ରୁ ଆରମ୍ଭ କରିଥିବା ସାମ୍ନାକୁ ଆସିଛି । ଏ ପର୍ଯ୍ୟନ୍ତ ସେ ୧୫,୦୦୦ଲୋକଙ୍କୁ ସାହାଯ୍ୟ ଯୋଗାଇ ସାରିଛନ୍ତି ।