ବିଧାୟକ ହେବ ତ ଏମିତି ! ଗରିବର ଶବକୁ ଶ୍ମଶାନକୁ ନେବାକୁ କେହି କାନ୍ଧ ଦେଉନଥିବା ବେଳେ ନିଜେ କାନ୍ଧରେ ବୋହିନେଲେ ବିଧାୟକ

ବିଧାୟକ ହେବ ତ ଏମିତି ! ଗରିବର ଶବକୁ ଶ୍ମଶାନକୁ ନେବାକୁ କେହି କାନ୍ଧ ଦେଉନଥିବା ବେଳେ ନିଜେ କାନ୍ଧରେ ବୋହିନେଲେ ବିଧାୟକ

ଆସାମର ଜୋରହଟ ଜିଲ୍ଲା ଅନ୍ତର୍ଗତ ମରିଆନିର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମି ନିସ୍ୱାର୍ଥପର ଓ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଜଣେ ଗରିବ ଲୋକର ପରଲୋକ ହେବା ପରେ ବିଧାୟକ ଜଣକ ତାଙ୍କର ଅନ୍ତିମ ସତ୍କାର ସକାଶେ ଶବକୁ ନିଜ କାନ୍ଧରେ ବୋହି ନେଉଥିବା ବେଳର ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ୍ ହୋଇଛି।

publive-imageଗୁରୁବାର ଦିନ ଦିଲୀପ ଦେ ନାମକ ଜଣେ ଗରିବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମାତ୍ରେ ମୃତଦେହକୁ ଶଶ୍ମାନକୁ ନେବା ପାଇଁ ଲୋକ ମିଳିନଥିଲେ । ଆଉ ଏହି ସମୟରେ ମାନବିକତାର ପରିଚୟ ଦେଇଥିଲେ ବିଧାୟକ ।ନିଜ କାନ୍ଧରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ନେଇ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ହିନ୍ଦୁ ଧର୍ମ ଅନୁସାରେ ମୃତକଙ୍କ ଶବକୁ ବୋହି ନେବା ପାଇଁ ବାଆଁଶରେ କୋକେଇ ତିଆରି କରାଯାଇଥିଲା। ବିଧାୟକ ରୂପଜ୍ୟୋତି ସମସ୍ତଙ୍କ ଆଗରେ ସେହି ସେହି କୋକେଇରେ ନିଜ କାନ୍ଧ ଦେଇଥିଲେ।

ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଧାୟକ ଏପରି ପ୍ରଥମ ଥର କରିନାହାନ୍ତି। ପୂର୍ବରୁ ମଧ୍ୟ ଏହିପରି କାର୍ୟ୍ୟ କରି ସେ ଚର୍ଚ୍ଚାରେ ରହି ସାରିଛନ୍ତି।କେବଳ ସେତିକି ନୁହେଁ। ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ସେ ଜନତାଙ୍କୁ ବାରମ୍ବାର ସହାୟତାର ହାତ ବଢ଼ାଇଥାନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe