କନକ ବ୍ୟୁରୋ : ତୁଟୁନି ଆସାମ ମିଜୋରାମ ସୀମା ବିବାଦ । ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିଛି ମିଜୋରାମ ପୋଲିସ୍ । ଏହାସହ ଆସାମର କୋଲାସିବ ଜିଲ୍ଲା ବୈରାଙ୍ଗତ ନଗରରେ ହୋଇଥିବା ହିଂସାକୁ ନେଇ ଆସାମର ଚାରି ବରିଷ୍ଠ ପୋଲିସ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ସହ ଏକାଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ମିଜୋରାମ ପୋଲିସ ମହାନିର୍ଦ୍ଦେଶକ ।ଏହାସହ ଦୁଇ ରାଜ୍ୟ ବାସିନ୍ଦାଙ୍କ ଉପରେ ଯାତାୟାତ ଉପରେ କଟକଣା ଲଗାଯାଇଛି ।
/kanak/media/post_attachments/wp-content/uploads/2021/07/cms-300x167.jpg)
ସୂଚନା ମୁତାବକ, ଏହା ପୂର୍ବରୁ ମିଜୋରାମ ପୋଲିସ ବିରୋଧରେ ମଧ୍ୟ ଆମାସ ସରକାର ମାମଲା ଦାଏର କରିଥିଲେ । ୨୬ ଜୁଲାଇରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ୬ ପୋଲିସ୍ କର୍ମୀ ଓ ଜଣେ ସ୍ଥାନୀୟ ବାସିନ୍ଧାଙ୍କ ମୃତ୍ୟୁକୁ ନେଇ ଆମାସ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ତେବେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ଏହି ବିବାଦର ଅନ୍ତ ଘଟାଇବାକୁ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ବି ଏଥିରେ କୌଣସି ସୁଧାର ଦେଖାଦେଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/13-29.jpg)