ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦେଖି ଆସାମ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସାମର ସର୍ବାନନ୍ଦ ସୋନେୱାଲ୍ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଜାନୁଆରି ୨୦୨୧ ପରଠାରୁ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ  । ସୋମବାର ଆସାମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଜନସମ୍ପର୍କ ବିଭାଗ ପକ୍ଷରୁ ଏକ ବୟାନ ବି ଜାରି କରାଯାଇଛି।

Advertisment

publive-image

ଜନସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଛୋଟ ପରିବାର ଯୋଜନା ଆଧାରରେ ୨୦୨୧ ଜାନୁଆରିରୁ ଦୁଇରୁ ଅଧିକ ଶିଶୁ ଜନ୍ମ କରିଥିବା ବ୍ୟକ୍ତିଙ୍କୁ ଆଉ ସରକାରୀ ଚାକିରି ଦିଆଯିବ ନାହିଁ। ଏତଦ୍ ବ୍ୟତୀତ କ୍ୟାବିନେଟ୍ ବୈଠକରେ ଅନ୍ୟ ପ୍ରସଙ୍ଗ ଉପରେ ବି ଆଲୋଚନା ହୋଇଥିଲା। ଏଥିରେ ନୂଆ ଭୂମି ନୀତିକୁ ବି ମଞ୍ଜୁରୀ ମିଳିଛି। ଯେଉଁଥିରେ ମୂଳ ଆସାମ ଭୂମିହୀନ ଲୋକମାନଙ୍କୁ ରାଜ୍ୟରେ ତିନି ବିଘା (୦.୭୫ ଏକର)କୃଷି ଭୂମି ଓ ଘର ପ୍ରସ୍ତୁତ ପାଇଁ ମଧ୍ୟ ସରକାର ଅଧା ବିଘା ଜମି ଦେବେ । ସରକାରୀ ଶାସନାଦେଶ ଅନୁସାରେ ଏହି ସ୍କିମ୍ ର ଲାଭ ଉଠାଉଥିବା ବ୍ୟକ୍ତି ଆଗାମୀ ୧୫ ବର୍ଷ ପାଇଁ ଏହି ଜମିକୁ ବିକ୍ରି କରିପାରିବେ ନାହିଁ । କ୍ୟାବିନେଟ୍ ର ଏହି ବୈଠକରେ ବସ୍ ଭଡାରେ ବି ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି ।