ଅଭ୍ୟାସଗତ ମଦ୍ୟପ ପୁଲିସବାବୁଙ୍କ ପାଇଁ ଆସାମ ସରକାରଙ୍କ କଡ଼ା ଆଭିମୁଖ୍ୟ: ୩୦୦ଶହ ପୁଲିସ କର୍ମଚାରୀଙ୍କୁ ଦିଆଯିବ ସ୍ୱେଚ୍ଛାକୃତ ଅବସର

1,516

କନକ ବ୍ୟୁରୋ: ଅଭ୍ୟାସଗତ ମଦ୍ୟପ ପୁଲିସ ଅଧିକାରଙ୍କ ପାଇଁ ଆସାମ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।ଯଦି ପୁଲିସବାବୁ ନିଜର ଏହି ବଦଅଭ୍ୟାସ ନଛାଡିବେ ତେବେ ସେମାନଙ୍କୁ ଦିଆଯିବ ସ୍ୱେଚ୍ଛାକୃତ ଅବସର । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମଦ୍ୟପାନ ଯୋଗୁଁ ପୁଲିସ କର୍ମଚାରୀଙ୍କ ଅସୁସ୍ଥ ହେଉଛନ୍ତି । ସେମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି । ଏପରି ଅଧିକାରୀଙ୍କ ଅବସର ଦେଇ ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତ କରାଯିବ । ଭିଆରଏସ ପାଇଁ ୩ଶହ ପୁଲିସଙ୍କ ତାଲିକା କରାଯାଇଛି । ସରକାର କହିଛନ୍ତି ଏହି ବ୍ୟବସ୍ଥା ପୂର୍ବରୁ ଥିଲେ ମଧ୍ୟ ସଠିକଭାବେ କାର୍ଯ୍ୟକାରୀ ହୋଇପାରିନଥିଲା କିନ୍ତୁ ଆଗାମୀ ଦିନରେ ଏହାକୁ କଡ଼ାକଡ଼ି କରାଯିବ ।