ଆସାମରେ ଲଗାଣ ବର୍ଷା ପରେ ଆସିଲା ବନ୍ୟା । ୨୦୦ରୁ ଅଧିକ ଗାଁ ଜଳମଗ୍ନ । ଭୁସ୍ଖଳନ ଯୋଗୁଁ ଗଲାଣି ୩ ଜୀବନ

149

କନକ ବ୍ୟୁରୋ : ବନ୍ୟାରେ ଭାସୁଛି ଆସାମ । ଦୁଇ ଦିନର ଲଗାଣବର୍ଷାରେ ରାଜ୍ୟରେ ବନ୍ୟା ବିପତି ଆଣିଛି । ରାସ୍ତାଘାଟ ଘର ଦ୍ୱାରା ସବୁ କିଛି ବୁଡି ରହିଛି ବନ୍ୟା ପାଣିରେ । କେଉଁଠି ନଦୀରେ ବନ୍ୟା ପାଣି ଉଚ୍ଛୁଳୁଛି ତ ପୁଣି କେଉଁଠି ରାସ୍ତା ପାଲଟିଛି ନଦୀ । ଯୁଆଡେ ଦେଖିବ ସିଆଡେ କେବଳ ପାଣି ହିଁ ପାଣି । ଦେଶର ଅଧିକାଂଶ ସ୍ଥାନରେ ଭୀଷଣ ଗରମ ଅନୁଭୁତ ହେଉଥିବାବେଳେ ପୂର୍ବତର ରାଜ୍ୟ ଆସାମରେ ମୁସଳଧାରା ବର୍ଷା ଆଣିଛି ବନ୍ୟା । ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଦିମା ହାସାଓ ଜିଲ୍ଲା । କେବଳ ଆସାମ ନୁହେଁ ମେଘାଳୟ, ଅରୁଣାଚଳପ୍ରଦେଶରେ ମଧ୍ୟ ଦୁଇ ଦିନର ଲଗାଣବର୍ଷା ସ୍ଥିତିକୁ ସଂଗୀନ କରିଛି ।

ବନ୍ୟା ଯୋଗୁଁ ୫୭ହଜାର ଲୋକ ପ୍ରଭାବିତ ହେବା ସହ ୨୨୨ରୁ ଅଧିକ ଗାଁ ବନ୍ୟା ପାଣିରେ ବୁଡି ରହିଛି । ଚାଚର, ଧୀମାଜି, ହୋଜାଇ, କରଭି, ନାଓଗାଁ, ଓ କମରୂପ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପାଣିରେ ବୁଡି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆସାମକୁ ସ୍ଥଳସେନା ଓ ବାୟୁସେନାର ସ୍ୱତନ୍ତ୍ ଟିମ ପହଁଚିଛନ୍ତି ।

ଲଗାଣବର୍ଷା ଯୋଗୁଁ କିଛି ସ୍ଥାନରେ ଭୁସ୍କଳନ ହୋଇଥିବା ସୂଚନ ରହିଛି ।ଘଟଣାରେ ୩ଜଣଙ୍କ ମୃତ୍ୟୁ ହେବା ସହ ଏବେ ସୁଦ୍ଧା ୫ଜଣ ନିଖୋଜ ରହିଥିବା ସୂଚନା ରହିଛି । ବନ୍ୟା ଓ ଭୁସ୍କଳନ ଯୋଗୁଁ ବିଭିନ୍ନ ଟ୍ରେନ ଯାତାୟତକୁ ବନ୍ଦ ରଖାଯାଇଛି । ଟ୍ରେନଯାତ୍ରା ରଦ୍ଧ ହେବା ଯୋଗୁଁ ଫଶି ରହିଥିବା ଲୋକଙ୍କୁ ବାୟୁସେନାର ରେସ୍କ୍ୟୁ ଟିମ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛି ।