ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

Advertisment
ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

କନକ ବ୍ୟୁରୋ : କୋଭିଡ ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଅର୍ଥନୀତି ଠାରୁ ଶିକ୍ଷା, ବାଣିଜ୍ୟ ଠାରୁ କୃଷି ସବୁ କ୍ଷେତ୍ରରେ ମନ୍ଦାବସ୍ଥା ପାଇଁ କେବଳ କୋଭିଡ-୧୯ ହି ଦାୟି । ଏସବୁ କ୍ଷେତ୍ରର ପୁନଃଉଦ୍ଧାର ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରମାନେ ବି ସାଧ୍ୟମତେ ନିଜ ରାଜ୍ୟର ନାଗରିକ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ କିଛି ରାଜ୍ୟ ସରକାର କୋଭିଡରେ ପିତା ମାତାଙ୍କ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସହାୟତା ଦେବାକୁ ଘୋଷଣା କରିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କୋଭିଡରେ ବିଧବା ହୋଇଥିବା ରାଜ୍ୟର ମହିଳା ମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ରାଜ୍ୟର କୋଭିଡ କାରଣରୁ ବିଧବା ହୋଇଥିବା ମହିଳା ମାନଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । କୁହାଯାଇଛି କି କୋଭିଡ କାରଣରୁ ଯେଉଁମାନଙ୍କର ସ୍ୱାମୀ ମୃତ୍ୟୁବରଣ କରିଛନ୍ତି ଓ ସେମାନଙ୍କର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ସେଭଳି ବିଧବା ମହିଳା ମାନଙ୍କୁ ରାଜ୍ୟ ସରକାର ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଏହାକୁ ‘କୋଭିଡ-୧୯ ବିଧବା ସହାୟତା’ ଯୋଜନା ନାମରେ ନାମିତ କରିଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ୮ ଟି ଜିଲ୍ଲାର ୧୭୬ ଜଣ ମହିଳାଙ୍କୁ ଚେକ୍ ପ୍ରଦାନ କରିଛନ୍ତି  । ଏହାସହ କହିଛନ୍ତି କି ଏହି ଯୋଜନାରେ ବର୍ତମାନ ପର୍ଯ୍ୟନ୍ତ ୮୭୩ ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଆସନ୍ତା ସପ୍ତାହ ଠାରୁ ନିଜ ଜିଲ୍ଲାର ରାଜ୍ୟମନ୍ତ୍ରୀ ମାନେ ଚେକ୍ ପ୍ରଦାନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe