କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ଆସାମରେ ହୋଇପାରେ କଡା ଟକ୍କର । ମ୍ୟାଜିକ ନମ୍ବର ପାଇଁ ହୋଇପାରେ ମହାଲଢେଇ, ବିଜେପିକୁ ମିଳିପାରେ ୫୮ରୁ ୭୧ ଆସନ ଓ କଂଗ୍ରେସ ଖାତାକୁ ଯାଇପାରେ ୫୩ରୁ ୬୬ ଆସନ । ତେଣୁ ଏହି ଆସନରେ କଡା ଟକ୍କର ଦେଖିବାକୁ ମିଳିବ । କିଏ ଜିତିବ ଆସାମ କେବଳ ଫଳାଫଳକୁ ଅପେକ୍ଷା ରହିଛି ।
ସେପଟେ ବୁଥ୍ ବାହୁଡା ମତରେ ଆସାମରେ ବିଜେପି ଓ ସହଯୋଗୀ ଦଳକୁ ମିଳିପାରେ ବଡ ବିଜୟ ବୋଲି କୁହାଯାଇଛି । ଇଣ୍ଡିଆ ଟୁଡେ- ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁଯାୟୀ ବିଜେପିକୁ ମିଳିପାରେ ୭୫ରୁ ୮୫ ଆସନ । କଂଗ୍ରେସ ମିଳିପାରେ ୪୦ରୁ ୫୦ ଆସନ ।
ସେହିପରି ଟିଭି ୯ ଭାରତ ବର୍ଷର ସର୍ଭେ ଅନୁସାରେ ବିଜେପି ୫୯ରୁ ୬୯ ସିଟ ହାତେଇବ । କଂଗ୍ରେସ ୫୫ରୁ ୬୫ ସିଟ ପାଇବ ବୋଲି ଆକଳନ କରାଯାଇଛି । ତେବେ ଏଠାରେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
ଯଦି ରିପବ୍ଲିକ ସିଏନଏକ୍ସର ରିପୋର୍ଟକୁ ଦେଖିବା ତେବେ ବେଜେପିର ବଡ ବିଜୟ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ବିଜେପି ଏଠାରେ ୭୪ରୁ ୮୪ ସିଟ ପାଉଥିବା ବେଳେ କଂଗ୍ରେସ ୪୦ରୁ ୫୦ ସିଟ ପାଇବ ବୋଲି କୁହାଯାଇଛି ।