କାରଗିଲ ଯୁଦ୍ଧ ଲଢ଼ିଥିବା ପୂର୍ବ ସେନା ଅଧିକାରୀ ପ୍ରମାଣ କରିପାରିଲେନି ନାଗରିକତା, ଦିନେ ରାଷ୍ଟ୍ରପତି ପଦକ ଦ୍ୱାରା ହୋଇଥିଲେ ସମ୍ମାନିତ

Advertisment
କାରଗିଲ ଯୁଦ୍ଧ ଲଢ଼ିଥିବା ପୂର୍ବ ସେନା ଅଧିକାରୀ ପ୍ରମାଣ କରିପାରିଲେନି ନାଗରିକତା, ଦିନେ ରାଷ୍ଟ୍ରପତି ପଦକ ଦ୍ୱାରା ହୋଇଥିଲେ ସମ୍ମାନିତ

source : Nagaland Page

ଆସାମରେ ରାଷ୍ଟ୍ରପତି ପଦକ ଦ୍ୱାରା ସମ୍ମାନିତ ସେନାର ଜଣେ ପୂର୍ବତନ ଅଧିକାରୀ ବିଦେଶୀଙ୍କ ପାଇଁ ଥିବା ନ୍ୟାୟାଳୟ ଦ୍ୱାରା ବୁଧବାର ଦିନ ବିଦେଶୀ ଘୋଷଣା ହେବାପରେ ହାଜକୁ ପଠାଇଦିଆଯାଇଛି । ସୂଚନାଯୋଗ୍ୟ, ଆସାମ ସରକାର ଦ୍ୱାରା ବିଦେଶୀ ଘୋଷିତ କରାଯାଇଥିବା ମୋହମ୍ମଦ ସନାଉଲ୍ଲାହ ଭାରତୀୟ ସେନାରେ କ୍ୟାପଟେନ୍ ପଦରୁ ଅବସର ନେଇଥିଲେ । ସେ ୩୨ ବର୍ଷ ପର୍ଯ୍ୟନ୍ତ ସେନାରେ କାମ କରିଛନ୍ତି ।

publive-image

ସନାଉଲ୍ଲାହ ଜାମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟର ଅନୁପ୍ରବେଶ ବିରୋଧୀ ଅଭିଯାନ(କାଉଂଟର ଏମରଜେନ୍ସି ଅପରେସନ୍ସ)ର ଅଂଶ ହୋଇସାରିଛନ୍ତି । ଏହା ବ୍ୟତୀତ ସେ ୱାଲିୟଂଟ୍ରି ଅବସର ପରେ ଏସଆଇ ବର୍ଡର ପୁଲିସ ଭାବେ ମଧ୍ୟ କାମ କରିଛନ୍ତି । ଏହାପରେ ମଧ୍ୟ ତାଙ୍କ ପୁରା ପରିବାରର ନାମ ଏନସିଆରରେ ନାହିଁ । ଯାହା କାରଣରୁ କାମରୂପ ଜିଲ୍ଲାରେ କାର୍ଯ୍ୟରତ ନ୍ୟାୟାଧିକରଣ ମୋହମ୍ମଦ ସନାଉଲ୍ଲାହଙ୍କୁ ବିଦେଶୀ ଘୋଷଣା କରିଛି ।

ହାଜତକୁ ଗଲା ପରେ ସନାଉଲ୍ଲାହ କହିଛନ୍ତି କି, ସେ ଜଣେ ଭାରତୀୟ ନାଗରିକ ଓ ତାଙ୍କ ପାଖରେ ନାଗରିକତା ସଂପର୍କରେ ସମସ୍ତ ଦସ୍ତାବିଜ ଅଛି । ସେ ସେନାରେ ସାମିଲ ହୋଇ ୩୦ ବର୍ଷ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ ଆଣ୍ଡ ମେକାନିକାଲ ଇଂଜିନିୟର ଭାବେ ସେବା ଦେଇଛନ୍ତି । ଏବଂ ୨୦୧୪ରେ ସେ ରାଷ୍ଟ୍ରପତିଙ୍କ ଠାରୁ ପଦକ ବି ମଳିସାରିଛି । ସେ ଗତ ବର୍ଷରୁ ସୀମା ପୁଲିସରେ ସହାୟକ ଉପନିରୀକ୍ଷକ ପଦରେ କାର୍ଯ୍ୟରତ । ସନାଉଲ୍ଲାହଙ୍କ ପରିବାର କହିଛନ୍ତି କି, ସେମାନେ ନ୍ୟାୟାଳୟର ଫଇସଲା ବିରୁଦ୍ଧରେ ଗୌହାଟି ଉଚ୍ଚ ନ୍ୟାୟାଳୟରେ ଅପିଲ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe