କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏପ୍ରିଲ ୨ ତାରିଖରେ ଆସାମରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହା ପୂର୍ବରୁ ତାଙ୍କୁ କଡା ଚେତାବନୀ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଯଦି କେଜ୍ରିୱାଲ ସେଠାକୁ ଯାଇ ତାଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କୁହନ୍ତି ତାହେଲେ ତାଙ୍କ ବିରୋଧରେ ମାମଲ ଦାଏର କରିବାକୁ କହିଛନ୍ତି ବିଶ୍ୱଶର୍ମା ।

Advertisment

ବିଶ୍ୱଶର୍ମାଙ୍କ ଏପରି ମନ୍ତବ୍ୟ ଏଭଳି ସମୟରେ ଆସିଛି ଯେତେବେଳେ କେଜ୍ରିୱାଲ ବିଶ୍ୱଶର୍ମାଙ୍କ ବିରୋଧରେ ମାମଲା ଦାଏର ହୋଇଥିବା କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ହେମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ମାମଲା ରହିଛି ବୋଲି ଦିଲ୍ଲୀ ବିଧାନସଭାରେ କହିଥିଲେ କେଜ୍ରିୱାଲ । ଅନ୍ୟପଟେ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି ବିଶ୍ୱଶର୍ମା । ସେ ଚାହିଁଥିଲେ କେଜ୍ରିୱାଲଙ୍କ ଉପରେ ମାନହାନୀ ମାମଲା ଦାଏର କରିପାରିଥାନ୍ତେ । ହେଲେ କେଜ୍ରିୱାଲ କାପୁରୁଷ ଭଳି ବିଧାନସଭାରେ ତାଙ୍କ ବିରୋଧରେ କହୁଛନ୍ତି । ଥରେ ଆସାମ ଯାଇ ତାଙ୍କ ବିରୋଧରେ ମାମଲା ଦାଏର ହୋଇଥିବା କଥା କୁହନ୍ତୁ ତାପରେ କେଜ୍ରିୱାଲଙ୍କ ବିରୋଧରେ ସାଙ୍ଘାତିକ ମାମଲା ଦାଏର କରିବେ ବୋଲି କହିଛନ୍ତି ହେମନ୍ତ ବିଶ୍ୱଶର୍ମା ।