କନକ ବ୍ୟୁରୋ : ଭୁବନେଶ୍ୱର ନନ୍ଦନ ବିହାର ଅଂଚଳରେ ରହୁଥିବା ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଟୁଇଷ୍ଟ ସାମନାକୁ ଆସିଛି । ସୌମ୍ୟ ରଞ୍ଜନ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କ ପ୍ରେମିକାଙ୍କ ପୂର୍ବତନ ବନ୍ଧୁଙ୍କୁ ହ୍ୱାଟ୍ସ୍ରଆପରେ ମେସେଜ କରିଥିଲେ । ମେସେଜ କରି ଲେଖିଥିଲେ, ଆଇ ଏମ ସରି । ମୋ ଲାଗି ତମେ ବହୁତ କଷ୍ଟ ପାଇଛ । ପ୍ଲଟ ନମ୍ବର ଏଲଆଇଜି -୧୦୦ରେ ଥିବା ଘରେ ସୌମ୍ୟ ରଞ୍ଜନ ରଶି ଲଗାଇ ଝୁଲିପଡିଥିଲେ ।

Advertisment

ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ଜଣେ ଯୁବତୀଙ୍କୁ ଦାୟୀ କରିଥିଲେ ତାଙ୍କ ପରିବାର ଲୋକ । ସୌମ୍ୟଙ୍କ ପ୍ରେମିକା ତଥା ଯୁବତୀ ଜଣକ ଆଉ ଜଣେ ଯୁବକଙ୍କୁ ପ୍ରେମ କରିବାରୁ ସେ ଭାଙ୍ଗି ପଡିଥିଲେ ବୋଲି ତାଙ୍କ ଭଉଣୀ କହିଥିଲେ । ୧୨ ଲକ୍ଷର ବାଇକ ଓ ମର୍ସିଡେଜ ବେଂଜ କାର ଯୋଗୁଁ ଯୁବତୀଜଣକ ଅନ୍ୟ ଜଣକ ସହ ସମ୍ପର୍କ ରଖି ସୌମ୍ୟଙ୍କୁ ଧୋକା ଦେଇଥିଲେ ବୋଲି ଅଭିଯୋଗ କରିଥିଲେ । ଆଉ ଯାହାକୁ ସହିନପାରି ସୌମ୍ୟ ଜୀବନ ହାରିଥିଲେ ବୋଲି ଅଭିଯୋଗ କରିଥିଲେ ।