କନକ ବ୍ୟୁରୋ: ନବୀନ ନିବାସ ଚଳଚଂଚଳ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଭିତରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । କାହାକୁ ମିଳିବ ଟିକେଟ୍, କାହାର କଟିବ ତାକୁ ନେଇ ଆଶା ଆଶଙ୍କା ଲାଗିରହିଛି । ଆଉ ଏହାରି ଭିତରେ ନବୀନ ନିବାସରେ ଆସି ବିଜେଡି ସୁପ୍ରିମୋଙ୍କୁ ଭେଟୁଛନ୍ତି ଆଶାୟୀ ପ୍ରାର୍ଥୀ ।
ପୁଣି ଥରେ ସୁଯୋଗ ଦେବା ପାଇଁ ବିଧାୟକ ଓ ସାଂସଦ ଲବି କରୁଥିବା ବେଳେ ନିଜ କ୍ଷେତ୍ରରେ ଲୋକପ୍ରିୟତାକୁ ଆଧାର କରି ଟିକେଟ୍ ମାଗୁଛନ୍ତି ନୂଆ ମୁହଁ । ଗତ କିଛି ଦିନ ମଧ୍ୟରେ ପାର୍ଟି ସୁପ୍ରିମୋଙ୍କ ପାଖରେ ୩୦ହଜାରରୁ ଅଧିକ ବାୟୋଡାଟା ପଂହଚିଥିବା ସୂଚନା ମିଳିଛି । ଆଜି ମଧ୍ୟ କିଛି ଆଶାୟୀ ପ୍ରାର୍ଥୀ ହାତରେ ବାୟୋଡାଟା ଧରି ବିଜେଡିର ସର୍ବୋଚ୍ଚ କ୍ଷମତାକେନ୍ଦ୍ରରେ ପହଂଚିଛନ୍ତି ।