ମଧ୍ୟାହ୍ନ ଭୋଜନରୁ ବାହରିଲା ଅସରପା, ଝିଟିପିଟି। ବେଲଗୁଣ୍ଠା ଡେଙ୍ଗାପଦର ସ୍କୁଲରେ ଉତ୍ତେଜନା।

106

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ଦାୟିତ୍ୱହୀନତା । ପିଲାଙ୍କୁ ପରଷା ଯାଉଥିବା ଖାଦ୍ୟରୁ ବାହାରିଲା ଅସରପା, ଝିଟିପିଟି । ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବେଲଗୁଣ୍ଠା ଡେଙ୍ଗାପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ପିଲାମାନଙ୍କ ଖାଦ୍ୟରେ ମଲା ପୋକଯୋକ, ଝିଟିପିଟି ସହ ମଲା ଅସରପା ବାହାରିଥିବା ବେଳେ ପିଲାଏ ଖାଦ୍ୟ ଫୋପାଡି ଦେଇଥିଲେ । ଘଟଣା ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ପ୍ରସାରିତ ହେବା ପରେ ଅଭିଭାବକଙ୍କ ସହ ଗାଁର ଲୋକେ ଏକାଠି ହୋଇଯାଇଥିଲେ । ବିଦ୍ୟାଳୟକୁ ଆସୁଥିବା କୋମଳମତି ପିଲାମାନଙ୍କ ଜୀବନ ସହ ଏହା ଏକ ରୀତିମତ ଖେଳ ଖେଳାଯାଉଛି ।

ଘଟଣ।।ର ପ୍ରତିବାଦ କରାଯିବା ସହ ପୋକଯୋକ ବାହାରୁଥିବା ଖାଦ୍ୟ ସବୁ ପୋତି ଦିଆଯାଇଥିଲା । ପ୍ରତିଦିନ ଏହିଭଳି ଖାଦ୍ୟ ଯୋଗୁ ପ୍ରାୟ ପିଲା ଘରକୁ ମଧ୍ୟାହ୍ନ ଭାଜନ ପାଇଁ ଯାଉଛନ୍ତି । ସମସ୍ତ ଘଟଣା ନେଇ ଏକ ବୈଠକ ବସିବା ସହ ଆଗକୁ ଖାଦ୍ୟର ମାନ ଭଲ ରଖିବାକୁ କୁହାଯାଇଥିଲା । ନଚେତ୍ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଗାଁର ଲୋକେ ଚେତାବନୀ ଦେଇଛନ୍ତି ।