ସୁପ୍ରିମକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ରାଜ୍ୟ ସରକାର- ଓପିଏସସିକୁ ୪ସପ୍ତାହ ଭିତରେ ଜବାବ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ।

211

କନକ ବ୍ୟୁରୋ: ଓପିଏସସି ଚୟନ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଆଜି ମାମଲାର ଶୁଣାଣି କରି କୋର୍ଟ ଉଭୟ ରାଜ୍ୟ ସରକାର, ଓପିଏସସି ଓ ହାଇକୋର୍ଟରେ ରିଟ୍ ଅପିଲ୍ କରିଥିବା ଆବେଦନକାରୀଙ୍କୁ ନୋଟିସ୍ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଏମାନେ ନୋଟିସର ଜବାବ ରଖିବେ । ଏହାପରେ ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ । ପୂର୍ବରୁ ଡିସେମ୍ବର ୨୨ରେ ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ ଇଞ୍ଜିନିୟର ବା ଏଏସଓ ଚୟନରେ ହୋଇଥିବା ମାମଲାରେ ରାୟ ଶୁଣାଣି କରିଥିଲେ । ଓପିଏସସି ଚୟନ ପ୍ରକ୍ରିୟାରେ ନିଜସ୍ୱ ନିଷ୍ପତ୍ତିି ନେଇପାରିବ ବୋଲି କୁହାଯାଇଥିଲା । ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ହାଇକୋର୍ଟ କହିଥିଲେ ।