ପ୍ରିୟଙ୍କା ଗାନ୍ଧିଙ୍କୁ ସରକାରୀ  ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ : ମାସେ ମଧ୍ୟରେ ଖାଲି କରିବାକୁ ହେବ ଦିଲ୍ଲୀର ଲୋଧି ଇଷ୍ଟେଟ ବଙ୍ଗଳା ; ୧୯୯୭ରୁ ବଙ୍ଗଳାରେ ରହିଆସୁଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା

539

କନକ ବ୍ୟୁରୋ : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ  ଅଗଷ୍ଟ ପହିଲା ସୁଦ୍ଧା ଦିଲ୍ଲୀ ସ୍ଥିତି ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ରେ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯିବା ପରେ ଆବାସ ସହରାଂଚଳ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ପ୍ରିୟଙ୍କାଙ୍କ ସରକାରୀ ଆବଂଟିତ  ବଙ୍ଗଳାକୁ ବାତିଲ କରାଯାଇଛି ।  ଗୋଟିଏ ମାସ ମଧ୍ୟରେ  ପ୍ରୟିଙ୍କା ୩୫ ଲୋଧି ଇଷ୍ଟେଟ ବଙ୍ଗଳା ଖାଲି କରିବାକୁ କୁହାଯାଇଛି ।  ୧୯୯୭ ମସିହାରୁ  ପ୍ରିୟଙ୍କା ଏହି ବଙ୍ଗଳାରେ ରହିଆସୁଛନ୍ତି ।  ଏସିପିଜି ସୁରକ୍ଷା ଅଧୀନରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା ।

ତେବେ ସରକାରଙ୍କ ନୂଆ ନିୟମ ଅନୁସାରେ କେବଳ ଏସପିଜି ସୁରକ୍ଷା ପାଉଥିବା ଲୋକଙ୍କୁ ହିଁ  ସରକାରୀ ବଙ୍ଗଳା ମିଳିବ ।  ତେଣୁ ପ୍ରିୟଙ୍କାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ନୋଟିସ୍ ହୋଇଛି । ଏବେ ଦିଲ୍ଲୀରୁ ବଙ୍ଗଳା ଖାଲି କରିବା ପରେ ଲଖନୌରେ ରହିବେ ବୋଲି ସୂଚନା ମିଳିଛି ।