କନକ ବ୍ୟୁରୋ: କରୋନା ପୋଛି ଦେଲା ପରିବାର । ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ବାପା-ମାଆ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରରୁ ଏହି ଅଭାବନୀୟ ଖବର ଆସିଛି । ଦୁଇ ଦିନ ତଳେ ନାରାୟଣପୁର ଅଂଚଳର ସୀମାଂଚଳ ଶତପଥୀ ନାମକ ଜଣେ ଶିକ୍ଷକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମାଆ । ଏହି ଦୁଃଖକୁ ସହି ନପାରି ମୃତକଙ୍କ ବାପା ରାଜକିଶୋର ଶତପଥୀ, ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ମାଆ ସୁଲୋଚନା ଶତପଥୀ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁଅ କରୋନାରେ ଆକ୍ରାନ୍ତ ହୋଇଥିଲେ କି ନାହିଁ, ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହା ସତ୍ୱେ କରୋନା ଭୟରେ ବାପା-ମାଆଙ୍କ ମୃତ ଦେହ, ପାଖ ମାଡିନଥିଲେ ଗ୍ରାମବାସୀ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/sucide.jpg)