ଆସ୍କା ଗଡ ଜିତିବା ଆଶାରେ ତିନି ଦଳ । କାହାକୁ ନେତା ବାଛିବେ ଜନତା, ଫଟୋରେ ଫଟୋରେ ଦେଖନ୍ତୁ ଆସ୍କା ଲୋକସଭା ଓ ୭ ବିଧାନସଭାର ଟିକିନିକି ତଥ୍ୟ

575

କନକ ବ୍ୟୁରୋ : ଆସ୍କା ଗଡ ଜିତିବା ପାଇଁ ଆଶା ବାନ୍ଧି ବସିଛନ୍ତି ୩ ଦଳ । ଦୀର୍ଘ ୨ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ବିଜେଡିର ଗଡ ରହି ଆସିଥିବାରୁ ଆସ୍କା ନିର୍ବାଚନମଣ୍ଡଳୀକୁ ନେଇ ଏବେ ପୂରା ଓଡିଶାରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କ୍ୟାରିୟରର ମୂକସାକ୍ଷୀ ଥିବା ଆସ୍କା ଆସନରେ ଚଳିତଥର ବିଜେଡି ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଡେବ୍ୟୁ ବିଜୟ ପାଇଁ ଅନୀତା ଶୁଭଦର୍ଶିନୀଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି କଂଗ୍ରେସ ଏଠାରେ ପ୍ରାର୍ଥୀ ଦେଇନଥିଲେ ମଧ୍ୟ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ସମର୍ଥନ କରୁଛି । ତେଣୁ ଚଳିତ ଥର ଏଠାରେ କଡା ମୁକାବିଲା ଦେଖିବାକୁ ମିଳିପାରେ ।

୭୦ ବର୍ଷରେ ରାଜନୀତିରେ ଏଣ୍ଟ୍ରି । ଜାଣନ୍ତୁ ପ୍ରମିଳା ବିଷୋୟୀଙ୍କ ବିଷୟରେ କିଛି

ଆସ୍କାବାସୀଙ୍କ ମନ ଜିଣିବାକୁ ମୈଦାନରେ ଅନୀତା । ଜାଣନ୍ତୁ ରାଜନୀତିର ଏହି ନୂଆ ଚେହେରାଙ୍କ ବିଷୟରେ କିଛି ।

ଆସ୍କା ଲଢେଇରେ ସିପିଆଇ ସିପାହୀ ରାମକୃଷ୍ଣ । ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ କ୍ୟାରିୟର

ହିଞ୍ଜିଳିରେ କିଏ ମାରିବ ବାଜି? ପଞ୍ଚମ ଥର ବିଜୟ ପାଇଁ ମୈଦାନରେ ନବୀନ । ପଦ୍ମ ଫୁଟାଇବାକୁ ବିଜେପିର ଭରସା ପୀତାମ୍ବର । ନୂଆ ମୁହଁଙ୍କୁ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛି କଂଗ୍ରେସ ।

ହାଇପ୍ରୋଫାଇଲ ହିଞ୍ଜିଳି ଆସନରୁ ପୁଣିଥରେ ମୈଦାନରେ ବିଜେଡି ସୁପ୍ରିମୋ । ଜାଣନ୍ତୁ କେମିତି ଥିଲା ନବୀନଙ୍କ ରାଜନୈତିକ କ୍ୟାରିୟର

ହିଞ୍ଜିଳିରେ ନବୀନଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପୀତାମ୍ବର । ଜାଣନ୍ତୁ ପୀତାମ୍ବରଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ଆସ୍କା ବାସୀଙ୍କ ଆଶା ପୂରଣ କରିବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, କମବ୍ୟାକ୍ କରିବାକୁ କଂଗ୍ରେସର କସରତ । ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ଉଦ୍ୟମ

କବି ସୂର୍ଯ୍ୟନଗରରେ କିଏ କାହାକୁ ଦେବ ଟକ୍କର? ମୈଦାନରେ ୩ ଦଳର ନୂଆ ପ୍ରାର୍ଥୀ । ୨୦୦୦ ପରଠାରୁ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିଜେଡି, ସିପିଆଇ ମାରିଛି ଥରେ ବାଜି । ଖାତା ଖୋଲିପାରିନି ବିଜେପି, କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ଷ୍ଟ୍ରାଟେଜି

ଖଲ୍ଲିକୋଟବାସୀଙ୍କ ମନ ଜିଣିବ କିଏ? ମୈଦାନରେ ୩ ନୂଆ ପ୍ରାର୍ଥୀ । ଗତ ୪ଟି ନିର୍ବାଚନରେ ବିଜେଡିର ଗଡ ରହି ଆସିଛି ଖଲ୍ଲିକୋଟ । ଖାତା ଖୋଲି ପାରିନାହାନ୍ତି କଂଗ୍ରେସ ଓ ବିଜେପି

ପୋଲସରା ପଲିଟିକ୍ସରେ କିଏ ମାରିବ ବାଜି? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଲଗାତାର ୨ ଥର ବିଜୟୀ ହୋଇ ଆସିଛି ବିଜେଡି । ଖାତା ଖୋଲିବାକୁ କଂଗ୍ରେସ ଓ ବିଜେପିର ଭରପୂର ପ୍ରୟାସ

ସାନଖେମୁଣ୍ଡି ସିଂହାସନରେ ବସିବ କିଏ? ନିର୍ବାଚନଗଠନ ପରଠାରୁ ବିଜେଡି ଓ କଂଗ୍ରେସ ଥରେ ଲେଖାଏଁ ଉଡାଇଛନ୍ତି ବିଜୟ ଧ୍ୱଜା, ଏଯାଏଁ ଖାତା ଖୋଲିପାରିନି ବିଜେପି ।

କିଏ ହେବ ସୋରଡାର ଶେହନସା? ଗତ ୪ଟି ନିର୍ବାଚନରେ ୩ ପ୍ରମୁଖ ଦଳକୁ ସୁଯୋଗ ଦେଇଛନ୍ତି ଭୋଟର, ଏଥର କାହାକୁ ନିଜର ନେତା ବାଛିବେ ଜନତା