ଆସିକା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦେଢ଼ଶୂରଙ୍କୁ ହତ୍ୟା : ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ

1,021

କନକ ବ୍ୟୁରୋ : ଗଜାମ ଜିଲ୍ଲା କୋଦଳା ଥାନା ଦାନପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଆସ୍କା ବ୍ଲକ ଅଧ୍ୟକ୍ଷାଙ୍କ ଦେଢ଼ଶୂର ସୁନୀଲ ନାହକଙ୍କ ମୃତ୍ୟୁ ହୋଇଛି । ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ କରୁଛି । ଗୁୁରୁବାର ରାତି ପାୟ ୮ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଦାନପୁର ଗାଁରେ ଗଣେଶ ପୂଜା ଭୋଜି ଚାଲିଥିଲା । ସୁନୀଲ ଖାଇ ବସି ଥିବା ବେଳେ ହଠାତ୍ କିଛି ଯୁବକ ପହଞ୍ଚି ଶାବଳ, ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ ।

ଶାବଳ ମାଡ଼ରେ ସୁନୀଲ ଟଳି ପଡିଥିବା ବେଳେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ସୁନୀଲ ମୃତ୍ୟୁବରଣ କରିବା ପରେ ଫେରାର ହୋଇ ଯାଇଥିଲେ ଆକ୍ରମଣକାରୀ । ଖବର ପାଇ ଏସଡିପିଓ ଓ କୋଦଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । କୁହାଯାଉଛି ଯେ ସୁନୀଲ ଆସ୍କାରୁ ଦାନପୁର ଏକ ହତ୍ୟାକାଣ୍ଡ ଭିଆଇବା ପାଇଁ ଆସିଥିଲେ । ହେଲେ ହତ୍ୟା ପୂର୍ବରୁ ନିଜେ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ।