କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଭୋଟ୍ ଦେଉଛି ଓଡିଶା । ସକାଳ ୭ଟାରୁ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନରେ ପଡୁଛି ଭୋଟ୍ । ତେବେ ୫ଟି ଲୋକସଭା ପାଇଁ ୩୫ ଜଣ ପ୍ରାର୍ଥୀ ଓ ୩୫ ବିଧାନସଭା ଆସନରେ ମୋଟ୍ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଚରଣରେ ଆସ୍କା ଲୋକସଭା ଆସନ ବେଶ୍ ଗୁରୁତ୍ୱ ବହନ କରୁଛି ।

Advertisment

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୦୬ ହଜାର ୮୧୯
- ମତ ଦେଇଥିଲେ – ୮ ଲକ୍ଷ ୮୦ ହଜାର ୮୯୯
- ଭୋଟଦାନ ହାର – ୬୩.୬୩%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଲଡୁ କିଶୋର ସ୍ୱାଇଁ ବିଜେଡି ୫୪୧୧୭୩ ୬୦.୪୧% ବିଜୟୀ
ଲୋକନାଥ ରଥ କଂଗ୍ରେସ ୨୨୯୪୭୬ ୨୫.୦୬% ପରାସ୍ତ
ମହେଶ ଚନ୍ଦ୍ର ମହାନ୍ତି ବିଜେପି ୬୭୩୬୧ ୭.୫୨% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ଲଡୁ କିଶୋର ସ୍ୱାଇଁ
ଦଳ - ବିଜେଡି
ଭୋଟ - ୫୪୧୧୭୩
ପ୍ରତିଶତ - ୬୦.୪୧%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ମହେଶ ଚନ୍ଦ୍ର ମହାନ୍ତି
ଦଳ - ବିଜେପି
ଭୋଟ - ୬୭୩୬୧
ପ୍ରତିଶତ - ୭.୫୨%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ଲୋକନାଥ ରଥ
ଦଳ - କଂଗ୍ରେସ
ଭୋଟ - ୨୨୯୪୭୬
ପ୍ରତିଶତ - ୨୫.୦୬%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ଲଡୁକିଶୋର ସ୍ୱାଇଁ ବିଜୟୀ ହୋଇଥିଲେ
- ୫ ଲକ୍ଷ ୪୧ ହଜାର ୧୭୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥଙ୍କୁ ପରାସ୍ତ କରିଥିଲେ
- ୩ ଲକ୍ଷ ୧୧ହଜାର ୯୯୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି
- ବିଜେପି ପ୍ରାର୍ଥୀଙ୍କ ସମେତ ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୨ ଲକ୍ଷ ୮୬ ହଜାର ୧୯୪
- ମତ ଦେଇଥିଲେ – ୭ ଲକ୍ଷ ୦୧ ହଜାର ୮୮୦
- ଭୋଟଦାନ ହାର –%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ନିତ୍ୟାନନ୍ଦ ପ୍ରଧାନ ବିଜେଡି ୪୧୯୮୬୨ ୫୯.୮୨% ବିଜୟୀ
ରାମଚନ୍ଦ୍ର ରଥ କଂଗ୍ରେସ ୧୮୭୦୨୮ ୨୬.୬୫% ପରାସ୍ତ
ଶାନ୍ତି ଦେବୀ ବିଜେପି ୪୨୧୬୫ ୬.୦୧% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ନିତ୍ୟାନନ୍ଦ ପ୍ରଧାନ
ଦଳ - ବିଜେଡି
ଭୋଟ - ୪୧୯୮୬୨
ପ୍ରତିଶତ - ୫୯.୮୨%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ଶାନ୍ତି ଦେବୀ
ଦଳ - ବିଜେପି
ଭୋଟ - ୪୨୧୬୫
ପ୍ରତିଶତ - ୬.୦୧%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ରାମଚନ୍ଦ୍ର ରଥ
ଦଳ - କଂଗ୍ରେସ
ଭୋଟ - ୧୮୭୦୨୮
ପ୍ରତିଶତ - ୨୬.୬୫%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ନିତ୍ୟାନନ୍ଦ ପ୍ରଧାନ ବିଜୟୀ ହୋଇଥିଲେ
- ୪ ଲକ୍ଷ ୧୯ ହଜାର ୮୬୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥଙ୍କୁ ପରାସ୍ତ କରିଥିଲେ
- ୨ ଲକ୍ଷ ୩୨ ହଜାର ୮୩୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ ।
- ନିତ୍ୟାନନ୍ଦ ପ୍ରଧାନଙ୍କ ସ୍ଥାନରେ ଲଡୁକିଶୋର ସ୍ୱାଇଁଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି
- ପ୍ରାୟ ୩ ଲକ୍ଷ ୧୨ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି
- ବିଜେପି, ଶାନ୍ତି ଦେବୀଙ୍କ ସ୍ଥାନରେ ମହେଶ ଚନ୍ଦ୍ର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା
- ରାମଚନ୍ଦ୍ର ରଥଙ୍କ ସ୍ଥାନରେ ଲୋକନାଥ ରଥଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ

୨୦୧୯ର ଲଢେଇ

ବିଜେଡି: ପ୍ରମିଳା ବିଷୋୟୀ
କଂଗ୍ରେସ-ସିପିଆଇ ମେଂଟ: ରାମକୃଷ୍ଣ ପଣ୍ଡା
ବିଜେପି: ଅନୀତା ଶୁଭଦର୍ଶିନୀ

୨୦୧୯--ବିଜେଡି: ପ୍ରମିଳା ବିଷୋୟୀ

- ଏସଏଚଜି ଗ୍ରୁପ୍ ଆସ୍କା ବ୍ଳକ୍ର ସଭାପତି
- ସମାଜସେବୀ ତଥା ଲୋକପ୍ରିୟ ଚେହେରା
- ଜଙ୍ଗଲସୁରକ୍ଷା ଅଭିଯାନ ସହ ସଂପୃକ୍ତ
- ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି

୨୦୧୯-- କଂଗ୍ରେସ-ସିପିଆଇ ମେଂଟ--ରାମକୃଷ୍ଣ ପଣ୍ଡା

-କଂଗ୍ରେସ-ସିପିଆଇ ମେଂଟ ପ୍ରାର୍ଥୀ
- ସିପିଆଇ ଜାତୀୟ ପରିଷଦ ସଦସ୍ୟ
- ଏଆଇଟିୟୁସି ଜାତୀୟ ସଂପାଦକ

୨୦୧୯--ବିଜେପି: ଅନୀତା ଶୁଭଦର୍ଶିନୀ

- ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟନାୟକଙ୍କ ଝିଅ
- ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ମିଡିଆ ସେଲ୍ ଅଧ୍ୟକ୍ଷ
- ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ

- ପ୍ରମିଳା ବିଷୋୟୀ (ବିଜେଡି)
- ଅନୀତା ଶୁଭଦର୍ଶିନୀ ( ବିଜେପି)

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଆସ୍କା, ହିଂଜିଳି, କବିସୂର୍ଯ୍ୟନଗର, ଖଲିକୋଟ, ପୋଲସରା, ସାନଖେମୁଣ୍ଡି ଏବଂ ସରୋଡା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ
- ସମସ୍ତ ବିଧାନସଭା ଆସନ ବିଜେଡି ଦଖଲରେ ରହିଛି ।

ମୁହାଁମୁହିଁ ପ୍ରାର୍ଥୀ

- ଆସ୍କା ଲୋକସଭା ନିର୍ବାଚନୀ ମୈଦାନରେ ବିଜେଡି ଓ ବିଜେପିର ମହିଳା ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଜଣେ ସମାଜସେବୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ସଭାପତି
- ଅଳ୍ପ ଶିକ୍ଷିତ ଏବଂ ରାଜନୀତିରେ ଅଭିଜ୍ଞତା ନଥିଲେ ମଧ୍ୟ ୭୦ ଲକ୍ଷ ଏସ୍ଏଚଜି ସଦସ୍ୟଙ୍କ ଭୋଟ୍ ବ୍ୟାଙ୍କ ରହିଛି ପ୍ରମିଳା

ବିଷୋୟୀଙ୍କ ସମର୍ଥନରେ

- ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି
- ଆସ୍କା ପାଇଁ ସିପିଆଇ ସହ ମେଂଟ କରି କଂଗ୍ରେସ ପ୍ରାର୍ଥୀ ଦେଇନାହିଁ
- ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଦଳର ନାସନାଲ କାଉନସିଲ୍ ମେମ୍ବର ଅଛନ୍ତି

ଆସ୍କା ଲୋକସଭା ଆସନ

- ୧୯୭୧ରେ ଗଠନ ହୋଇଛି ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ
- ବିଜେଡିର ଦବଦବା ରହିଛି
- ୧୯୯୬ରେ ଜନତା ଦଳରୁ ବିଜୁ ପଟନାୟକ ସାଂସଦ
- ବିଜୁ ପଟନାୟକଙ୍କ ଦେହାନ୍ତ ପରେ ୧୯୯୭ରେ ନବୀନ ପଟନାୟକ ସାଂସଦ
- ୧୯୯୮ ଏବଂ ୧୯୯୯ରେ ବି ନବୀନ ପଟନାୟକ ସାଂସଦ
- କଂଗ୍ରେସରୁ ରାମଚନ୍ଦ୍ର ରଥ ୩ଥର ସାଂସଦ