ହସ୍ପିଟାଲରେ ନାହାଁନ୍ତି ଆବଶ୍ୟକ ନର୍ସ । ହାତ ଟେକିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ରୋଗୀଙ୍କୁ ପଡୋଶୀ ରାଜ୍ୟ ମେଡିକାଲ ଯିବାକୁ ଅନୁରୋଧ

209

କନକ ବ୍ୟୁରୋ: ସରକାରୀ ହସ୍ପିଟାଲରେ କର୍ମଚାରୀ ଅଭାବ । ହାତ ଟେକିଦେଲା ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସେବା ପାଇବାକୁ ପଡୋଶୀ ରାଜ୍ୟର ହସ୍ପିଟାଲକୁ ଯିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ କଲେ ଅନୁରୋଧ । ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁକ୍ତା ସରକାରୀ ହସ୍ପିଟାଲ ରହିଛି । ହେଲେ ହସ୍ପିଟାଲରେ ଆବଶ୍ୟକ ନର୍ସ ନାହାନ୍ତି । ତେଣୁ ହସ୍ପିଟାଲ ବାହାରେ ଥିବା ନୋଟିସ୍ ବୋର୍ଡରେ ନର୍ସ ନଥିବା କହି ଏକ ନୋଟିସ ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । ହସ୍ପିଟାଲରେ ନର୍ସନଥିବାରୁ ବିଭିନ୍ନ ସେବା ଯୋଗାଇ ଦେବା ସମ୍ଭବ ହୋଇପାରୁନି । ତେଣୁ ପାଖରେ ଥିବା ହସ୍ପିଟାଲକୁ ଯିବାକୁ ନୋଟିସରେ ଉଲ୍ଲେଖ ରହିଛି । କିନ୍ତୁ ବିଡମ୍ବନାର କଥା ହେଲା ସ୍ଥାନୀୟ ଲୋକମାନେ ଏବେ ଇଞ୍ଜେକସନ, ସାଲାଇନ ସେବା ନେବାକୁ ହେଲେ ଏବେ ପଡୋଶୀ ଛତିଶଗଡକୁ ଯିବାକୁ ହେବ । ଏବେ ସ୍ୱାସ୍ଥ୍ୟସେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।